ଦଳିତ ଲୋକଗୀତ (ଚିତାକୁଟା ଗୀତ - ୬)
![]() |
ନବଗୁଞ୍ଜର ବେଶୀ ଜଗନ୍ନାଥ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆସ ଆସ
ପ୍ରିୟ ସହୀ ଗୋ
ପ୍ରିୟ ସହୀ ଗୋ
ଚିତା କୁଟାଇବ
କେହି ଗୋ ।
ଏମନ୍ତ ରଙ୍ଗରେ
ଚିତା କୁଟିଦେବି
ବାହାରେ ବାହା
ମିଶାଇ ଗୋ ।
ଲବଙ୍ଗ ଲତା ଲେଖିବି
ଫୁଲ ତହିଁ ଖଞ୍ଜାଇବି
ଦେହକୁ ତିଳକେ
ବାଧା ନ ଲାଗିବ
ଜାନୁରେ ଶୁଆଇ
ଦେବି ଗୋ ।
ବଡ଼ ଦେଉଳେ ଠାକୁର
ଲେଖିବି ତୋର ବାହୁର
ମଥା ପରେ ତାରା
ଚନ୍ଦ୍ରମା ଖଞ୍ଜିବି
ହସ୍ତେ ନବଗୁଞ୍ଜର ଗୋ ।
କହୁଛି ଶୁଣ ଭଉଣୀ
ମଲା ବେଳକୁ ଟି
ସଙ୍ଗତରେ ଯିବ
ଦେହ ସଙ୍ଗେ
ହେବ ପାଣି ଗୋ ।
ନୋହିଲେ ଯମ ରାଜନ
ଦଣ୍ଡ ଦେବେ ଘନଘନ
ଶିମୂଳି ଗଛରେ
ବାନ୍ଧି ପକାଇବ
ଚିତା ନଥିଲେ ପୁଣ ଗୋ ।
ଉତ୍ସ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା କୃତ 'ଦଳିତ ଲୋକ ଗୀତ' । ୨୦୧୩ । ପ୍ରକାଶକ ଇଟାପଡ଼ିଆ, ରଘୁନାଥପୁରର, ମାହାଙ୍ଗା କଟକର 'ତଫସିଲ' ପ୍ରକାଶନ ସଂସ୍ଥା ।
ଉତ୍ସ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା କୃତ 'ଦଳିତ ଲୋକ ଗୀତ' । ୨୦୧୩ । ପ୍ରକାଶକ ଇଟାପଡ଼ିଆ, ରଘୁନାଥପୁରର, ମାହାଙ୍ଗା କଟକର 'ତଫସିଲ' ପ୍ରକାଶନ ସଂସ୍ଥା ।
No comments:
Post a Comment