Friday, April 14, 2017

ଜ୍ଞାନ ଚଉତିଶା


ଜଗନ୍ନାଥ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମନ ହୋ ଭଜ ରାମ କୃଷ୍ଣଙ୍କୁ । ଚିତ୍ତ ଦେଇଥିବୁ ପାଦ ପଦ୍ମକୁ ।(ପଦ)।

କହୁଅଛି ମନ ଘେନ ବଚନ । ଖୋଜି ସାଧୁ ସଙ୍ଗ ହରି କୀର୍ତ୍ତନ ।
ଗୁରୁଙ୍କ ଆଗେ ଜଣାଇ ବୁଝିବୁ । ଘୋଷ ହରିନାମ  ସିନ୍ଧୁୂ ତରିବୁ ।୧।

ଉଲଟ ପାଲଟ ମଧ୍ୟକୁ ଅନା । ଚିତା ସଳଖରେ ରଖ ଚେତନା ।
ଛିଦ୍ର ବୁଦ୍ଧି ଛାଡ଼ି ଛଛନ୍ଦ୍ରେ ଭଜ । ଜଗନ୍ନାଥ ନାମ ଭବାବ୍ଧିରାଜ ।୨।

ଝଲକ ରୂପଟି ଜ୍ୟୋତି ସ୍ୱରୂପ । ନୟନ ମଧ୍ୟେ ହୋଇଅଛି ଗୋପ୍ୟ ।
ଟାଣେ ବାନ୍ଧିଣ ଡ଼ାକିବୁ ତୁ ଯେବେ । ଠାଠିକ ବ୍ରହ୍ମ ପ୍ରକାଶିବ ତେବେ ।୩।

ଡାକିବୁ ଆଣ୍ଟ କରି ହରିନାମ । ଢୋଳ ନାମାମୃତ କର ଅଜ୍ଞାନ ।
ଅଣାକ୍ଷର ଯାର ନାମ ବୋଲାଇ । ତପତ କାଞ୍ଚନ ରୂପଟି ସେହି ।୪।  

ଥିର ଦେଖିଲେ ଭବୁ ହେବୁ ପାରି । ଦୟାଳୁ ଆଗେ ରଖିବୁ ତୋହରି ।
ଧୁନି ଧ୍ୟାନେ ଦେଇ ସୁଅଙ୍ଗେ ମିଶି । ନୟନ ମଧ୍ୟେ ସ୍ଥିର କରି ପଶି ।୫।

ପାଦ ପଦ୍ମମଧୁ କଲେ ଆହାର । ଫରଚା ଦିଶିବ ଜ୍ୟୋତି ଦୁଆର ।
ବିନ୍ଦୁ ନାଦକୁ ସେ ସୋଭାଗ କର । ଭଜ ରାମକୃଷ୍ଣ ମୁକୁନ୍ଦ ହର ।୬।

ମହାମନ୍ତ୍ର ଧରି ଅଜପା ଜପ । ଜୀବ ଅଙ୍ଗେରେଟି ପରମ ଗୋପ୍ୟ ।
ରା ଆକାରେ ଧରି ଭଜିବୁ ଯେବେ । ଲବଧା ଭକ୍ତିକୁ ଲଭିବୁ ତେବେ ।୭।

ବାଇଶି ପାବଚ୍ଛ ୟେ ବରାବର । ସହସ୍ର ଦଳ କେଶରରେ ହର ।
ସାଧେକ ଅଙ୍ଗକୁ ଥିବୁ ଆବୋରି । ସବୁଦିନେ ଯଶ ଥିବ ତୋହରି ।୮।

ହୁଙ୍କାର କରିଣ ଓଁକାରେ ମିଶ । ହରିନାମ ଗୋଟି ଅମୀୟ ରସ ।
କ୍ଷୁଦ୍ରବୁଦ୍ଧିବା ବୋଲେ ଯୁଗଦାସ । ସବୁଦିନ ହେବ ସାଧୁଙ୍କ ବାସ ।୯।

No comments:

Post a Comment