ଓକ୍ଟାଭିଓ ପାଜ୍ଙ୍କ କବିତା "ମୋ ଦେଖିବା ଆଉ କହିବା ଭିତରେ"
ଅନୁବାଦକ - ଗୋର୍ବାଚୋଭ୍
ଅକ୍ଟାଭିଓ ପାଜ୍ (୧୯୧୪-୧୯୯୮) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ମୋ’ ଦେଖିବା ଆଉ କହିବା,
କହିବା ଆଉ ନୀରବତା,
ନୀରବତା ଆଉ ସ୍ୱପ୍ନ, ପୁଣି,
ସ୍ୱପ୍ନ ଆଉ ବିସ୍ମୃତି ଭିତରେ,
ରହିଯାଏ କବିତା ।
ହଁ ଆଉ ନାହିଁ ଭିତରେ ଏହା ଖସିଯାଏ,
କହି ନଥିବା କଥାଟିକୁ କହିଦିଏ;
କହି ନଥିବା କଥାଟିକୁ କହିଦିଏ;
ଆଉ ଯା’ କହେ ତାକୁ ଅକୁହା ରଖିଦିଏ ।
ତାକୁ ହିଁ ସ୍ୱପ୍ନ ଦେଖେ ଯା’ ମୁଁ ଭୁଲିଯାଏ ।
ଏହା କଥା ନୁହେଁ, ଭାଷା ନୁହେଁ;
ଏହା ଏକ କର୍ମ, ଏକ ଯଜ୍ଞ;
ଏହା କଥାର କର୍ମ ଯଜ୍ଞ ।
କବିତା କହେ ଆଉ ଶୁଣେ,
ଏହା ସତ୍ୟ ଓ ବାସ୍ତବ;
କିନ୍ତୁ ଯେଉଁ ମୁହୂର୍ତ୍ତରେ ମୁଁ କହେ
ଏହା ସତ୍ୟ ଓ ବାସ୍ତବ, ଠିକ୍ ସେତିକି ବେଳେ
ସେ ଅଦୃଶ୍ୟ ହୁଏ ।
ଏହା ତେବେ କ’ଣ ଅଧିକ ବାସ୍ତବ ?
ସତ୍ୟ ଠାରୁ ଆହୁରି ସତ୍ୟ,
ସତ୍ୟତର ।
ସ୍ପର୍ଶଜ ଧାରଣା ଓ ରକ୍ତଜ ଶବ୍ଦ ଶବ୍ଦ -
ଏହାରି ଭିତରେ କବିତା ଆସେ ଆଉ ଯାଏ;
ଏହାରି ଭିତରେ କବିତା ଆସେ ଆଉ ଯାଏ;
ବୁଣୁଥାଏ ଖୋଲୁଥାଏ, ଖୋଲୁଥାଏ ବୁଣୁଥାଏ,
ଚିନ୍ତା ଆଉ ଚେତନା ।
ପୃଷ୍ଠା ଉପରେ କବିତା ଆଖିକୁ ବିଞ୍ଚିଦିଏ;
ଆମ ଆଖିରେ ବୁଣିଦିଏ ଶବ୍ଦ ।
ଆଖି କହେ, ଶବ୍ଦ ଦେଖେ;
ଆଉ ଦୃଷ୍ଟି ?
ଭାବେ ।
ଚିନ୍ତାକୁ ଶୁଣିବା ପାଇଁ,
ଦେଖିବା ପାଇଁ ଆମ କଥା,
ଆଉ ଛୁଇଁବା ପାଇଁ,
ଆଖି ବୁଜି ହୋଇଯାଏ
ଧୀରେ ଧୀରେ ମେଲିଯାଏ ଶବ୍ଦ !
No comments:
Post a Comment