ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ତୃତୀୟା ବଲ୍ଲୀ : ମନ୍ତ୍ର ୮
![]() |
ତିବ୍ବତୀୟ ବୌଦ୍ଧ ପରମ୍ପରାରେ ସଂସାର ଚକ୍ର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଅବ୍ୟକ୍ତ ପ୍ରକୃତି ପରେ ପୁରୁଷ ଉତ୍ତମ
ସର୍ବବ୍ୟାପୀ ସର୍ବେଶ୍ୱର ସତ୍ୟ ସନାତନ ।
ନାହିଁ ଯା'ର ଚିହ୍ନ, ନାହିଁ ଗୁଣ ରୂପ ନାମ
ସେହି ଏକା ପରମାତ୍ମା ଯେ ପରମ ଧାମ ।
ଜାଣେ ଏ ପରମ ତତ୍ତ୍ୱ, ସେ ପ୍ରାଣୀ ସଂସାରେ
ଲଭେ ଅମୃତତ୍ତ୍ୱ, ଯାଏ ଭବସିନ୍ଧୁ ପାରେ । (ନ.ଉ. ୨।୩।୩୭)
No comments:
Post a Comment