ହୂମାୟୁଁଙ୍କ କବର
ଅକ୍ଟାଭିଓ ପାଜ୍
ଅନୁବାଦକ - ଗୋର୍ବାଚୋଭ୍
![]() |
୧୮୬୦ ଦଶକରେ ଉତ୍ତୋଳିତ ହୁମାୟୁଁଙ୍କର କବରର ଆଲୋକଚିତ୍ର ସାମୁଏଲ ବୋର୍ଣ୍ଣଙ୍କ ଦ୍ୱାରା ଉତ୍ତୋଳିତ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଭଁ-ଭଁ ଭଅଁରଙ୍କ ବିତର୍କ,
ବାନରଙ୍କ ନ୍ୟାୟିକ ଦ୍ୱନ୍ଦ,
ଓ ନାନା କଳରବର ଆକଳନ;
ଏ ସମସ୍ତଙ୍କ ବିରୁଦ୍ଧରେ–
............(ଏକ ଉଚ୍ଚ ଗୋଲାପୀ ଶିଖା,
ପଥର, ବାୟୁ ଓ ପକ୍ଷୀଙ୍କ ପରି-ବେଷ୍ଟନୀରେ–
ଜଳ ଉପରେ ନିଦ୍ରିତ ପ୍ରଶାନ୍ତ ସମୟ)
ମୌନତାର ଭାସ୍କର୍ଯ୍ୟ ଦଣ୍ଡାୟମାନ ।।
No comments:
Post a Comment