ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ତୃତୀୟା ବଲ୍ଲୀ : ମନ୍ତ୍ର ୭
![]() |
ମିଥ୍ୟା ସୂର୍ଯୋଦୟ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଇନ୍ଦ୍ରିୟ ଶରୀରେ ସାର ପ୍ରାଣୀ ଦେହ ଦ୍ୱାର ।
ସକଳ ଇନ୍ଦ୍ରିୟ ପରେ ମନ ଅଧିକାର ।
ଇନ୍ଦ୍ରିୟରୁ ବଳି ତେଣୁ ମନ ଶ୍ରେଷ୍ଠତର ।
ମନ ପରେ ବୁଦ୍ଧି, ପୁଣି ମହତ ତା' ପର ।
ହିରଣ୍ୟଗରଭ ନାମେ ସେ ମହତ ଖ୍ୟାତ ।
ବିଶ୍ୱ ବୁଦ୍ଧି ସମବାୟ ସର୍ବ ବିଶ୍ୱ ବ୍ୟାପ୍ତ ।
ସେ ହିରଣ୍ୟଗର୍ଭ ପରେ ଅବ୍ୟକ୍ତ ପ୍ରଧାନ ।
ସାଙ୍ଖ୍ୟେ ଯା' ପ୍ରକୃତି, ମାୟା ବେଦାନ୍ତେ ଯା' ନାମ । (ନ.ଉ. ୨।୩।୩୭)
No comments:
Post a Comment