Wednesday, April 19, 2017

ତୁର୍କୀୟ କବିତା 'ବଞ୍ଚିବାରେ'

 ନାଜିମ୍‌ ହିକ୍‌ମତ୍‌ (୧୯୦୨-୧୯୬୩)

ଅନୁବାଦ - ଗୋର୍ବାଚୋଭ୍


 
ମହାକବି ନାଜିମ୍ ହିକମତ୍
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଧରାଯାଉ ଆମେ ବନ୍ଦୀଶାଳାରେ ଏବଂ
ପାଖାପାଖି ବୟସ ୫୦ ବର୍ଷ:
ଆହୁରି ସେଠି ୧୮ ବର୍ଷ
ରହିବାକୁ ପଡ଼ିବ, ଲୁହା ଫାଟକ
ଖୋଲିବା ପୂର୍ବରୁ;
ତଥାପି ଆମେ ବାହାର ପୃଥିବୀ ସହ ଥିବୁ;
ଲୋକବାକ, ପ୍ରାଣୀ, ତାଙ୍କ ସଙ୍ଗ୍ରାମ
ପବନ ଓ ପାଣି;
ଅର୍ଥାତ୍‌ ପାଚେରୀ ବାହାରର ସାରା ପୃଥିବୀର ସହ ।

ମୋ କହିବାର କଥା ଯେଉଁଠି ଥିବା,
ଏମିତି ବଞ୍ଚିବା ଯେ,
ଯେମିତି ଆମେ ମରିବାର ନାହିଁ ।।

No comments:

Post a Comment