Tuesday, April 11, 2017

ସ୍ପେନୀୟ କବିତା - 'ସଙ୍ଗୀତ' 

କବି - ଅକ୍ଟାଭିଓ ପାଜ୍‌ 

ଅନୁବାଦକ - ଗୋର୍ବାଚୋଭ୍ 


ଅକ୍ଟାଭିଓ ପାଜ୍
ଫଟୋ - କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବୋଧହୁଏ ଭଲ ପାଇବା ମାନେ,
ଏଇ ପୃଥିବୀରେ ଚାଲି ଶିଖିବା ।

କାହାଣୀର ଶାଳ ଓ ସାହାଡ଼ା ପରି,

ନୀରବ ହେବାକୁ ଶିଖିବା ।

ଭଲ ପାଇବା ମାନେ ବି ଦେଖି ଶିଖିବା ।

ତୁମ ଚାହାଣୀ ତ ବୀଜ ବୁଣେ;
ଦିନେ ପୁଣି ରୋପିଥିଲା ଗଛଟିଏ ।

ମୁଁ କଥା କହେଁ, ଭାଷାବନ୍ତ ହୁଏଁ;
କାରଣ ତୁମେ ସେ ଗଛର ପତ୍ରକୁ–
ଦୋହଲାଅ, ଶିହରିତ କର ।।

No comments:

Post a Comment