Tuesday, April 04, 2017

ଦଳିତ ଲୋକଗୀତ (ଚିତାକୁଟା ଗୀତ - ୪)


ସାରୁ ପତ୍ର ଆକାରର ମୋଜାଗି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଇଆଡ଼େ ନ ଦେଖେ
ସିଆଡ଼େ ଦେଖେ
କିଛି କାଟିବ ନାହିଁ
ପିଇଦେ
ଖାଇଦେ
କାଞ୍ଜି ପାଣି
ପଖାଳ ତୋରାଣୀ
ସାରୁ ଭରତା
ମଞ୍ଜା ରାଇତା
ମନେ ପଡ଼ୁଛି କି
ତାରି କଥା ।
ଚିତା କୁଟାକୁ ସେ ଦେଖିବ
କେତେ କଥା ପଚାରିବ
ଭାରି ଖୁସି ହେଇଯିବ
କେତେ ଯେ ପଇସା ଦେବ ।

ଉତ୍ସ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା କୃତ 'ଦଳିତ ଲୋକ ଗୀତ' ।୨୦୧୩ । ପ୍ରକାଶକ ଇଟାପଡ଼ିଆ, ରଘୁନାଥପୁରର, ମାହାଙ୍ଗା କଟକର 'ତଫସିଲ' ପ୍ରକାଶନ ସଂସ୍ଥା । 

No comments:

Post a Comment