ସୋନପୁର: ପୁରାତନ ମାନଚିତ୍ରରେ ହଜି ଯାଉଥିବା ଏକ ସହର
କେଦାର ମିଶ୍ର
![]() |
ଖପୁରୀ ସହ ଅଘୋରି (ବାରଣାସୀ, ୧୮୭୫ ମସିହା) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
""ତାହା
ଥିଲା ସବୁଠୁ ସୁନ୍ଦର ସମୟ,
ଥିଲା
ବି ସବୁଠୁ ଖରାପ ସମୟ । ସେଇଟା
ଥିଲା ପ୍ରଜ୍ଞାର ଯୁଗ ଓ ନିର୍ବୋଧତାର
ଯୁଗ ମଧ୍ୟ । ଅ।ସ୍ଥା ଓ ଅନାସ୍ଥାର
ସମୟ । ଅ।ଲୋକ ଓ ଅନ୍ଧାରର ଋତୁ
। ସେଠି ଥିଲା ଏକା ସାଙ୍ଗରେ ଅ।ଶାର ବସନ୍ତ ଓ ନିରାଶାର ହାଡଥରା
ଶୀତ । ଅ।ମ ପାଖରେ ସବୁ କିଛି ଥିଲା,
ଅ।ମ ପାଖରେ କିଛି ବି ନ ଥିଲା । ଅ।ମେ ସିଧାସଳଖ ସ୍ୱର୍ଗରେ ପହଞ୍ଚି
ଯାଇପାରୁଥିଲୁ । ଏହାର ବିପରିତରେ
ନର୍କକୁ ମଧ୍ୟ ଯାଇପାରୁଥିଲୁ ।
ସେଇ ପୁରୁଣା ସମୟ ପ୍ରାୟ ଅ।ଜିର
ସମୟ ପରି ଥିଲା ।''
ଚାର୍ଲ୍ସ୍ ଡିକେନ୍ସ୍ ଙ୍କ ପ୍ରସିଦ୍ଧ ଉପନ୍ୟାସ
"ଏ
ଟେଲ୍ ଅଫ୍ ଟୁ ସିଟିଜ୍'ର
ଅ।ରମ୍ଭ ହୁଏ ଏମିତି । ଅ।ଜି ବି
ମନେ ଅଛି ସୋନପୁରର ପୁରୁଣା କଚେରୀ
ଅ।ଗରେ ଥିବା ବୁକ୍ ହାଇଭ୍ ବହି
ଦୋକାନରେ ଏହି ଉପନ୍ୟାସଟି ଉପରେ
ଅ।ଖି ବୁଲଉ ବୁଲଉ ମୋତେ ଲାଗିଥିଲା
ଏଇଟା ମୋ ସହରର କାହାଣୀ ନୁହେଁ
ତ ? ଅଶି ଦଶକର ସୋନପୁର ସହରକୁ ଯିଏ ଦେଖିଛି
ସେ ଗୋଟେ ଅଦ୍ଭୁତ ଇତିହାସକୁ ମଧ୍ୟ
ଦେଖିଛି । ସତୁରି ଓ ଅଶି ଦଶକରେ ମୋର
ପ୍ରିୟ ସହର ଲାଗୁଥିଲା ନଈକୁ ଘୋଡେଇ
ହେଇ ଶୋଇଥିବା ଗୋଟିଏ ଶୀତ ଦିନର
ପୁରୁଣା କମ୍ବଳ ପରି । ଅଦ୍ଭୁତ
ଭାବରେ ନୀରବ ଓ ଶାନ୍ତ । ପୃଥିବୀ
ଦୃତ ଗତିରେ ବଦଳି ଯାଉଥିବା
ବେଳେ ସୋନପୁର ବା ସୁବର୍ଣ୍ଣପୁର
ଥିଲା ପୁରାପୁରି ସ୍ଥିର । ମହାନଦୀର
ପାଣି ଅ।ଗକୁ ଅ।ଗକୁ ବହି ଯାଉଥିବାବେଳେ
ଅ।ମ ସହର ଥିଲା କୁଅ।ଡ଼େ ଯାଇ
ପାରୁନଥିବା ପୁରୁଣା ପଥରଟିଏ ପରି
। ତେବେ ଏହି ସହରରେ ପ୍ରତି ଧୂଳିକଣାରେ
ବସା ବାନ୍ଧି ରହିଥିଲା ଇତିହାସ
।
କୁହାଯାଏ
ଚଉଦ ଶହ ବର୍ଷର ଲିଖିତ ଇତିହାସ ଅ।ମ ସହରର ରହିଛି । କଳଚୁରି,
ତେଲୁଗୁ ଚୋଡ,
ସୋମବଂଶୀ
ଓ ଚୌହାନମାନଙ୍କ ଶାସନ ପାଇଁ
ସୁବର୍ଣ୍ଣପୁର ଥିଲା ଦୀର୍ଘ ବର୍ଷର
ରାଜଧାନୀ । ସେହିପରି ପ୍ରାଚୀନ
ଶାସ୍ତ୍ରଗୁଡିକରେ କେତେବେଳେ
ଏହା ପଶ୍ଚିମ ଲଙ୍କା ପୁଣି କେବେ
କାମିତାପୁର । ତେବେ ଇତିହାସକୁ
ବଖାଣ କରୁଥିବା ଶିଳାଲିପିମାନଙ୍କର
ପାଠ ପଢିବାକୁ ଅ।ମର ସମୟ ବା କାହିଁ
। ମୁଁ ଯେଉଁ ସହରକୁ ଦେଖିଛି,
ଭୋଗିଛି
ଓ ବଞ୍ଚିଛି ସେହି ସହରର କାହାଣୀ
କହିବାକୁ ଚାହିଁଛି । ୨୫ ବର୍ଷ
ଭିତରେ ବଦଳି ଯାଇଥିବା ସୁବର୍ଣ୍ଣପୁରର
ଚେହେରା ଓ ଚରିତ୍ରରେ ଅଦ୍ଭୁତ
ପରବର୍ତ୍ତନ ଅ।ସିଛି । ହଠାତ୍
ଇତିହାସର ମୋଡ ବଦଳି ଯାଇଛି ।
ପୁରାତନ ଗଳିଗୁଡିକ ଚଉଡା ରାସ୍ତାରେ
ରୂପାନ୍ତରିତ ହୋଇଯାଇଛନ୍ତି । ପୁରୁଣା
ନଈ କୁଳିଆ ରାସ୍ତା ସବୁ ରିଂରୋଡ୍
ଭିତରେ ନିଜର ଅସ୍ତିତ୍ୱ ହରାଇ
ବସିଛନ୍ତି । ପୁରୁଣା ଗଛଗୁଡିକ
ଶୁଖିଲା କାଠ ହୋଇ କାହା କାହା
ଚୁଲିରେ ଜଳି ସାରିଛନ୍ତି । ଦିନ
ଥିଲା ଗଛକୁ ନେଇ ତିଅ।ରି ହୋଇଥିଲା
ଅ।ମ ସହରର ଛକମାନଙ୍କର ଠିକଣା
। ଯେମିତି କଇଁଥ ତଳ,
ବଉଳ
ତଳ,
ବର
ତଳ,
ପିପଳ
ତଳ,
ତେନ୍ତୁଳି
ତଳ,
ଅ।ମ୍ବ ତଳ ଇତ୍ୟାଦି । ସେମିତି
ଥିଲା ବି ତେନ୍ତୁଳି ଘାଟ,
ଅ।ମ୍ବ ଘାଟ । ଅ।ଜି ସେସବୁ କେବଳ
ସ୍ମୃତି । ସେ ଗଛ ନାହିଁ,
ଘାଟ
ନାହିଁ,
ସେ
ଇତିହାସ ବି ନାହିଁ ।
ନୂଅ। ସମୟର ଆଁ ଭିତରେ ସୁବର୍ଣ୍ଣପୁର ଲାଗୁଛି ଦର୍ଜି କାଟି ଦେଇ ଫୋପାଡି ଦେଇଥିବା ଅଦରକାରି କନା ପରି । ଏ ସହର ମୋର ପ୍ରିୟ ସହର ନୁହେଁ । ମୋର ପ୍ରିୟ ସହର ଅ।ଠ ହଜାର ଲୋକଙ୍କୁ ନେଇ ଗଢି ଉଠିଥିବା ସେଇ ନିଦ୍ରାଳୁ ସହର । ଯେତେବେଳେ ପୃଥିବୀର ସବୁ ସହରର ଜନସଂଖ୍ୟା ବଢୁଥିଲା, ସେତେବେଳେ ସୁବର୍ଣ୍ଣପୁର ଥିଲା ଏକମାତ୍ର ସହର ଯେଉଁଠି ଜନସଂଖ୍ୟା ବ୍ୟାପକ ଭାବରେ ହ୍ରାସ ପାଉଥିଲା । ୫୨ ହଜାର ବସ୍ତିବାଲେ ହୁସିଅ।ର ବୋଲି କେବେ ଦିନେ ଯେଉଁ ସହରରେ ଡାକରା ପଡୁଥିଲା, ସେହି ସହର ଲୋକସଂଖ୍ୟା ୮ହଜାରକୁ କମି ଅ।ସିଥିଲା । ତେବେ ସେ ସହର ଥିଲା ସ୍ମୃତି, ଇତିହାସ, କିମ୍ବଦନ୍ତୀ, ତନ୍ତ୍ର, ମନ୍ତ୍ର, ଯନ୍ତ୍ର, ମଲ୍ଲୀ, ମୁଗ, ମୁଠା, ମନ୍ଦିର, ମାଛ, ମିଠା ପାନ ଓ ନାରୀ ସ୍ୱାଧୀନତାର ଅନନ୍ୟ ସହର । ସେଇ ଛୋଟିଅ। ସହରଟିରେ ଏମିତି କିଛି ଘଟଣା ଘଟିଥିଲା ଓ ଘଟୁଥିଲା ଯାହାକି କୌଣସି ଐତିହାସିକ ଦେଖିନାହାନ୍ତି ଅବା ଲେଖିନାହାନ୍ତି ।

ସୋନପୁର
ସହରର ଅର୍ଥନୀତି ସହ ମହିଳାମାନଙ୍କ
ସମ୍ପୃକ୍ତିକୁ ନେଇ ଖୁବ୍ କମ୍ ଅ।ଲୋଚନା ହୋଇଛି । ୮୦ ଦଶକର ଶେଷ
ଭାଗ ପର୍ଯ୍ୟନ୍ତ ଦୋକାନ ବଜାର ଓ
ହାଟର ମଙ୍ଗୁଅ।ଳ ଥିଲେ ମହିଳାମାନେ
। ଏତେ ସଂଖ୍ୟକ ମହିଳା ବ୍ୟବସାୟୀ
ଓଡିଶାର ଅ।ଉ କେଉଁ ସହରରେ କେବେ
ବି ନଥିଲେ । ପରିବା,
ମାଛ,
ମୁଗ,
ଶାଢୀ,
ଦାନ୍ତକାଠି,
ଶାଳପତ୍ର,
ଚାର,
ମହୁଲ,
ଟୁଲ,
ଗୁଞ୍ଜ, ଶାଗ
ଇତ୍ୟାଦି ବ୍ୟବସାୟରେ ମହିଳାମାନଙ୍କର
ଏକଚାଟିଅ। ଅଧିକାର ରହିଥିଲା
। ପାନ ଦୋକାନ କ୍ଷେତ୍ରରେ ମହିଳାମାନେ
ଥିଲେ ଅଗ୍ରଣୀ । ପିଲା ବେଳେ ଅ।ମେ ଶୁଣିଥିବା ପ୍ରସିଦ୍ଧ
ପାନବାଲୀଙ୍କ ନାଁ ଭିତରେ ଏବେ ବି
ହାରା ଓ ସେବ,
ଏ
ନାଁ ଦୁଇଟି ମୋର ମନେଅଛି । ନାରୀ
ଓ ପୁରୁଷ ଭିତରେ ସମାନତାର ଏକ
ଅଦ୍ଭୁତ ପରମ୍ପରା ସୋନପୁରରେ
ସବୁବେଳେ ରହି ଅ।ସିଥିଲା । ଅ।ଶ୍ଚର୍ଯ୍ୟଜନକ ଭାବରେ ଅଧୁନିକତାର
ଅଭ୍ୟୁଦୟ ସହିତ ଅ।ମ ସହରରେ ନାରୀ
ସ୍ୱାଧୀନତାର ସ୍ୱର ବଳି ପଡି ଯାଇଛି
।
୧୬୬୩
ଖ୍ରୀଷ୍ଟାବ୍ଦରେ ପ୍ରସିଦ୍ଧ
ସଂସ୍କୃତ କବି ଗଙ୍ଗାଧର ମିଶ୍ରଙ୍କ
ରଚିତ "କୋଶଳାନନ୍ଦ
କାବ୍ୟମ୍'ରେ
ସୁବର୍ଣ୍ଣପୁରର ବର୍ଣ୍ଣନା ଯେତିକି
ଚିତ୍ତାକର୍ଷକ ସେତିକି ଅ।ଶ୍ଚର୍ଯ୍ୟଜନକ
। ସୁବର୍ଣ୍ଣପୁରରେ ପ୍ରବେଶ କରିବା
ପୂର୍ବରୁ ମହାରାଜାଙ୍କର ସୈନ୍ୟମାନେ
ଜଣେ ଗଣିକାକୁ ଦେଖି ତା'ର
ମଦାଳସା ରୂପ ଓ ମଦ୍ୟ ପିଇଥିବା
ମାତାଲ୍ ଅ।ଚରଣକୁ ନେଇ ଉଲ୍ଲସିତ
ହୋଇଛନ୍ତି । କୋଶଳାନନ୍ଦର
ଚତୁର୍ଦ୍ଦଶ ସର୍ଗର ୩୫ ଶ୍ଲୋକରେ
ଗଙ୍ଗାଧର ମିଶ୍ର କହୁଛନ୍ତି -
"କେହି
ଜଣେ ଗଣିକା ମାତ୍ରାଧିକ ମଦ୍ୟପାନ
ଫଳରେ ପଥ ମଧ୍ୟରେ ଅର୍ଦ୍ଧ ନିମୀଳିତ
ନେତ୍ରରେ ପଡ଼ି ରହିଥିଲା । ଏବେ ସେ
ଅସ୍ଫୁଟ ସ୍ୱରରେ ଅନ୍ୟ ଏକ ନାମ
ଗ୍ରହଣ କରୁଥିବାର ଦେଖି କେହି ବି
ହାସ୍ୟ ସମ୍ବରଣ କରିପାରୁନଥିଲେ
।'
ତାନ୍ତ୍ରିକ
ଜୀବନଧାରାର ପ୍ରଭାବ ସୁବର୍ଣ୍ଣପୁର
ଜନଜୀବନରେ ବହୁ ବର୍ଷ ଧରି ରହି ଅ।ସିଛି । ନାରୀ ପୁରୁଷ ନିର୍ବିଶେଷରେ
ମ'କାର
ସାଧନାରେ ସମସ୍ତଙ୍କର ରୁଚି
ରହିଥିଲା । ପିଲାବେେଳେ ସ୍ତ୍ରୀ ଲୋକଟିଏ
ମଦ୍ୟ ପିଇବା ଦେଖି ଅ।ମେ ବିଚଳିତ
ହେବା ବା ଚକିତ ହେବାର କୌଣସି ଅବସର
ନଥିଲା । ଅ।ଜିର ନୂଅ। ଯୁଗରେ
ଯେତେବେଳେ ପବ୍,
ବାର୍
ଓ ତାରକା ହୋଟେଲରେ ଝିଅମାନେ ମଦ
ପିଇବାର ଫେସନକୁ ଅ।ପଣାର କରୁଛନ୍ତି, ତାର ବହୁ ଅ।ଗରୁ ସୁବର୍ଣ୍ଣପୁରରେ
ଏମିତି ଏକ ଅଦ୍ଭୁତ ବର୍ଣ୍ଣନା
ଦେଖି ଅ।ମର ନୈତିକ ବିବେକ ହୁଏତ
କିଛିଟା ଅ।ହତ ହୋଇପାରେ । ତେବେ
କୋଶଳାନନ୍ଦ କାବ୍ୟ ରେ ସୁବର୍ଣ୍ଣପୁରରେ
ସୁବଠୁ ମହତ୍ତ୍ୱପୂର୍ଣ୍ଣ ବର୍ଣ୍ଣନା
ହେଉଛି ୩୦ରୁ ୩୬ ଶ୍ଲୋକ ମଧ୍ୟରେ
। ଏହାର ୩୦ ଓ ୩୧ ଶ୍ଲୋକ ଦୁଇଟିର
ଉଲ୍ଲେଖ ପ୍ରାସଙ୍ଗିକ ହେବ ।
ବ୍ୟାଗାୟି
ରାଜନ୍ୟ କମର୍ଦନୌ ଜସା
ବିତେ
ପୁରେ ତେନ ପତାକୟାନ୍ୱିତେ ।
ହର
ପ୍ରସାଦାଦିହ ବୈରିଣାଂଗ୍ରହୋ
ବୃଥେତି
ଦେବାଳୟ କୋଟି ଲୀଳାୟା ।୩୦ ।
ମହର୍ଦ୍ଧୟୋ
ଯତ୍ର ନରାଃ ସୁଶିକ୍ଷିତାଃ
ସ୍ୱବୈରିନିନ୍ଦା
ଶ୍ରବଣେପ୍ୟ ସାଦରାଃ ।
ସୁରେଶ୍ୱରୀ
ଯତ୍ର ଚକାସ୍ତି ଶଂକରୀ
ସରାମ
ସୋମେଶ୍ୱର ସୋମଲେଶ୍ୱରୀ ।୩୧ ।
ପୃଥିବୀରେ
ଏମିତି କେଉଁ ସହର ବିଷୟରେ କେହି
କହିଛି କି -
ଯେ
ଯେଉଁ ସହରର ନାଗରିକମାନେ ଏତେ
ଜ୍ଞାନୀ ଓ ବିଶାଳ ହୃଦୟର ଯେ ସେମାନେ
ଶତ୍ରୁର ମଧ୍ୟ ନିନ୍ଦା କରନ୍ତି
ନାହିଁ । କୋଶଳାନନ୍ଦର ଏହି ପଦଟି
ମୋତେ ଅନେକ ସମୟରେ ଅଟକାଇ ରଖିଥିଲା
। ସତରେ କଣ ପ୍ରଜ୍ଞା ଓ ଉଦାରତାର
ସହର ସୁବର୍ଣ୍ଣପୁର ଏମିତି ଥିଲା
?
ମୁଁ
ଯେତେବେଳେ ମୋ ସହରରେ ବଡ଼ ହେଉଥିଲି
ସେତେବେଳେ ଗୋଟିଏ ପଦ ଶୁଣିବାକୁ
ମିଳୁଥିଲା "ନଟକୁଟିଆ
ସୋନପୁର
'
।
ଅ।ଶ୍ଚର୍ଯ୍ୟ ପରିବର୍ତ୍ତନ ।
ଯେଉଁ ସହର ନିଜ ଶତ୍ରୁକୁ ନିନ୍ଦା
କରୁନଥିଲା ସେ ସହରରେ କୁଟ,
କପଟ
ଓ ଗୁଜବର ରାଜୁତି ଅ।ରମ୍ଭ ହେଲା
କେମିତି ?
ଇତିହାସକାରମାନେ ତମ୍ବାପଟା ଓ ଶିଳାଲେଖ ଖୋଜିଲେ । ଜନଜୀବନରେ ଘଟୁଥିବା ସାମାଜିକ ପରିବର୍ତ୍ତନର ଧାରାକୁ ଖୋଜିବା ପାଇଁ ସେମାନଙ୍କର ଅଧ୍ୟବସାୟ ନଥିଲା । ଯାହାଫଳରେ ଅ।ଜି ପର୍ଯ୍ୟନ୍ତ ସୋନପୁରର ବୈଚିତ୍ରମୟ ଜନଜୀବନରେ ଇତିହାସ ଲେଖାଯାଇପାରିନାହିଁ । ସୋନପୁର ଇତିହାସ ଲେଖିଲାବେଳେ ରାଜବଂଶ ପାଖରେ ଅଟକି ଯାଉଥିବା ଇତିହାସକାରମାନେ ଲୋକଙ୍କ ଇତିହାସ କେବେ ଲେଖିବେ, ସେଦିନକୁ ମୋର ଅପେକ୍ଷା ରହିଛି । ସୋନପୁରର ଲୋକକଥା, କାହାଣୀ, ଲୋକବିଶ୍ୱାସ, ପରମ୍ପରା, ଅାଚାର, ଅ।ଚରଣ, ପ୍ରଥା ଓ ପ୍ରଦର୍ଶନକାରୀ କଳାକୁ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ବିଶ୍ଲେଷଣ କରାଯାଇପାରିବ । ଏଥିପାଇଁ ଗଭୀର ନିଷ୍ଠା ଓ ଅଧ୍ୟବସାୟର ଅ।ବଶ୍ୟକତ ରହିଛି ।

ପିଲାବେଳର
ସୋନପୁରକୁ ନେଇ କେତେ ଦୃଶ୍ୟ ଓ
କାହାଣୀ ଅ।ଜି ବି ମୋ ମନରୁ ଲିଭିନାହିଁ
। ସୋନପୁରର ଶୂନଶାନ ଘାଟଗୁଡ଼ିକର
ଖରାଟିଅ। ଦ୍ୱିପ୍ରହରରେ
ଲଙ୍କେଶ୍ୱରୀଙ୍କ ଦୂତ "କଣ୍ଟାମୁଣ୍ଡ'
ପହଁରୁଥିବାର
କାହାଣୀ ନୂଆ ପିଲାମାନେ ଶୁଣିଛନ୍ତି
କି ?
ଭଗବତୀ
ସମଲେଶ୍ୱରୀ ଓ ଖମ୍ବେଶ୍ୱରୀଙ୍କ
ଚଣ୍ଡିକା ସ୍ୱରୂପ ଦେଖି ଅ।ମର
ପିଲାବେଳ ଚମକି ଉଠୁଥିଲା । ଅ।ମକୁ ଲାଗୁଥିଲା ଏ ସହରର ପ୍ରତି
କୋଣ ଅନୁକୋଣରେ ଦେବୀମାନେ ଝମ୍
ଝମ୍ ହୋଇ ବୁଲୁଛନ୍ତି । ରାତି
ଅଧରେ ସୁରେଶ୍ୱରୀ,
ଖମ୍ବେଶ୍ୱରୀ
ଓ ଭଗବତୀ ଘୋଡ଼ାରେ ବସି ଘାଟକୁ
ଗାଧେଇ ଯାଉଥିବାର କଳ୍ପନାରେ ଅ।ମେ ଜାକିଜୁକି ଶୋଇ ପଡୁଥିଲୁ ।
ସତେ କି ଏବେ ବି ଅଧାରାତିରେ ମୋ ସହରର ନିରବ ଛାତିରେ କେଉଁ ଏକ ପ୍ରାଚୀନ ଇତିହାସର ଘୋଡ଼ା ଟାପୁର ଶବ୍ଦ ଶୁଣାଯାଉଛି । ପ୍ରତି ଗଛରେ ଭୂତଟିଏ, ପ୍ରତି ଖୋଲା ଜାଗାରେ ତଣ୍ଡେଇ କି ଡାହାଣୀଟିଏ, ପ୍ରତି ପବିତ୍ର ଅନ୍ଧାରରେ ଦେବୀଟିଏ ଅ।ତଯାତ ହେଉଥିବାର ସେ ସହର ଅ।ଉ କାହିଁ ? କୁଅ।ଡ଼େ ଗଲା ସେ ସହର ଯାହାର ନିରବତାରେ ଅଜସ୍ର କବିତାର ଭୃଣାୟନ ଘଟୁଥିଲା ? କୁଅ।ଡ଼େ ଗଲା ସେ ସହର ଯା'ର ଚ୍ରିତକରମାନେ ଗଞ୍ଜପାରେ ରାମାୟଣର ଜୀବନ୍ୟାସ କରୁଥିଲେ । କୁଅ।ଡ଼େ ଗଲା ସେ ସହର ଯେଉଁଠି ସଁପୁର ସୁତାର ପାଟ ଜାଲି ଉପରେ ଉପେନ୍ଦ୍ରଭଞ୍ଜଙ୍କର କବିତା ରଚନା କରୁଥିଲେ ବାନ୍ଧଶିଳ୍ପୀମାନେ । ହନୁମାନ ଲାଞ୍ଜରେ ନିଆଁ ଲାଗି ହାଲୋଳ ଦିଶୁଥିବା ଭାଦ୍ରବ ଅମାବାସ୍ୟାର ସେ ରହସ୍ୟମୟ ରାତି କୁଅ।ଡ଼େ ଗଲା । କୁଅ।ଡ଼େ ଗଲା କୁମାରୀପୂଜାର ସେ ଅଦ୍ଭୁତ ପରମ୍ପରା । ଅ।ଶ୍ୱିନ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଖୋଳ ଫିଟା ବଳିର ସେ ରହସ୍ୟମୟ ଓ ଶଙ୍କିତ ରାତି ସବୁ କୁଅ।ଡ଼େ ଗଲେ । କୁଅ।ଡ଼େ ଗଲେ ରାମେଶ୍ୱର ମହାଶ୍ମଶାନର ତାନ୍ତ୍ରିକ ଅଘୋରୀମାନେ । ମଣିଷ ଖପୁରୀରେ ମଦ ପିଉଥିବା ଅଧରାତିରେ ସେ ତାନ୍ତ୍ରିକମାନଙ୍କୁ ଖୋଜିବାକୁ କେହି କେବ ବାହାରିଛି କି ?

ଜାଣେ ସୋନପୁରକୁ ନେଇ ପ୍ରଶ୍ନ
ପଚାରିଲେ ପ୍ରଶ୍ନ ସରିବ ନାହିଁ,
ଉତ୍ତର
ମିଳିବ ନାହିଁ । ତେବେ ମୋର ପ୍ରିୟ
ସହରକୁ ନେଇ ମୋର ପ୍ରଶ୍ନବାଚକ
ସେମିତି ଥିବ । ବିଶ୍ୱାସ କରନ୍ତୁ
ଅ।ଜିର ଏ ସହରକୁ ମୁଁ ଚିହ୍ନେ
ନାହିଁ । ଏ ଚଉଡ଼ା ରାସ୍ତା,
ଏ
ଅ।ଲୋକିତ ଅଗଣା,
ଏ
ରଙ୍ଗ ବେରଙ୍ଗ ମନ୍ଦିର,
ଏ
ସୁନ୍ଦର ଗହଣା ପିନ୍ଧିଥିବା ଦେବୀ
ପ୍ରତିମା,
ଏ
ମେଲୋଡ଼ି ଓ ବେଣ୍ଡବାଜାର ପାର୍ବଣ,
ଏ
ଦୋକାନ ବଜାର,
ଏ
ଅଧୁନିକତାର ଥାଟବାଟ, ଏ ସବୁ ମୋ
ସହରର ଅଂଶ ନୁହେଁ । ମୋ ସୁବର୍ଣ୍ଣପୁର
ହେଉଛି ସେ ପୁରୁଣା ଅନ୍ଧାରୁଅ।,
ରହସ୍ୟମୟ
ଅଥଚ ମାନବିକତାର ଚରମ ଉତ୍କର୍ଷରେ
ପହଞ୍ଚିଥିବା ସେଇ ନିଦୁଅ। ସହର ।
ସେଇ ସହରକୁ ଅ।ଜି ବି ମୋର ଛାତି ତଳର
ଗୋପନ ଫରୁଅ।ରେ ମୁଁ ସାଇତି ରଖିଛି
। ମରିବା ଯାଏଁ ସେଇ ପ୍ରାଚୀନ ଓ
ପୁରାତନ ସୁବର୍ଣ୍ଣପୁର ହିଁ ମୋର
ପ୍ରେୟସୀ ଓ ପ୍ରେମିକା ।
No comments:
Post a Comment