Thursday, April 13, 2017

ବାସନ୍ତୀ ମାଝୀ ଯେତେ ସବୁ ଅନ୍ଧାରର ଗପ


କେଦାର ମିଶ୍ର


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ତା'ର ଗୋଟେ ଗପ ଖାତା ଅଛି ସେ ଗପ ଲେଖେ, ତା' ନିଜ ଭାଷାରେ ତା' ଭାଷା ବଣ ଡଙ୍ଗରର ସ୍ୱର ପରି ସ୍ପଷ୍ଟ, ଗଭୀର କଳ୍ପନାପ୍ରବଣ ସାରା ଦିନ ଖଟିଖଟି ସଞ୍ଜ ହେଲେ ସେ କାଗଜକଲମ ଧରି ଚୁପ୍ଚାପ୍ବସିଯାଏ ନିଜେ ନିଜେ ଗପର ଚରିତ୍ରମାନଙ୍କୁ ଖୋଜେ ସେ ଚରିତ୍ରମାନେ ତା ଗାଁ ପାଖ ଜଙ୍ଗଲୀ ଅନ୍ଧାରରୁ କ୍ରମେ କ୍ରମେ ଓହ୍ଲେଇ ଆସନ୍ତି ସେ ମନେପକାଏ ତା ଜେଜେ ମା ପାକୁଆ ମୁହଁ ସେ ପାକୁଆ ପାଟିରେ ଅସରନ୍ତି ଗପର ଭଣ୍ଡାର ସେଠି ଗପ ଆଉ ଜୀବନ ହାତ ଧରାଧରି ହୋଇ ଚାଲନ୍ତି କଳ୍ପନା ବାସ୍ତବତା ଭିତରେ ବିଶେଷ କିଛି ଫରକ ନଥାଏ ସେ ଜୀବନକୁ ଯେମିତି ଦେଖେ, ସେମିତି ଗପ ଲେଖେ ଗପ ଲେଖିଲେ ଛପା ହେବ, ସେ ଗପ ସବୁକୁ ନେଇ ବହି ବାହାରିବ, ତା ଫଟୋ ଖବରକାଗଜରେ ବାହାରିବ- ଏତେ କଥା ସେ ଜାଣିନଥାଏ ନିଜ ସରଳ ଅନ୍ଧାର ଭିତରେ ଗପର ଜୀବନଟି ସେ ବଞ୍ଚୁଥାଏ  

ନିଜ ପ୍ରତିଭା କଳ୍ପନା ପ୍ରତି ଆଦୌ ସଚେତନ ନଥିବା ଆଦିବାସୀ ଝିଅଟି ଜାଣେ ନାହିଁ ଯେ ସେ ତା ସମାଜ ସମୟ ପାଇଁ ଏକ ବିପ୍ଲବ ସୃଷ୍ଟି କରିଛି ପୁରୁଣା ସ୍ମୃତି କଳ୍ପନାରୁ ସେ ଯେଉଁ ଗପ ସବୁ ଛାଣି ଆଣିଛି ସେ ଗପ ଆଗାମୀ ଦିନରେ ତା ନିଜ ଲୋକଙ୍କ ପ୍ରାଣ ସ୍ପନ୍ଦନ ପାଲଟିଯିବ ଆଜି ନହେଲେ କାଲି ସାହିତ୍ୟର ମୁରବୀମାନେ ସ୍ୱୀକାର କରିବେ ଯେ, ଏମିତି ଗପ ସହରରେ ରହି ଲେଖାଯାଇପାରେନା ଗପର କାରିଗରୀ କଳାକୌଶଳ କେବଳ ବହି ପଢ଼ିଲେ ଆସେ ନାହିଁ । ଏହା ଆସେ ଜୀବନର ଗଭୀର ଅନୁଭବରୁ ଜୀବନର ଅନ୍ଧାର ବାଟଭୁଲା ଦୁଃଖ ଭିତରେ ଗପ ତିଆରି ହୁଏ  

ସେ ଗପ ତିଆରି କରୁଥିବା ଝିଅଟିର ନାଁ ବାସନ୍ତୀ ମାଝୀ ନାମ - ବାସନ୍ତୀ ମାଝୀ, ଠିକଣା - ସେବାଭାରତୀ, ତୁମୁଡିବନ୍ଧ, କନ୍ଧମାଳ, ବୃତ୍ତି - ଘରକାମ କରୁଥିବା ଜଣେ ସାଧାରଣ ଝିଅ ସକାଳୁ ଉଠି ଝାଡୁ କରିବା, ବାସନ ମାଜିବା, ରୋଷେଇ କରିବା, ଅଳିଆ ସଫା କରିବା ଦିନ ସାରା ଖଟିବାରେ ତା'ର ଦିନ ସରିଯାଏ ଦେଖିବାକୁ ନହନହକା ପତଳା । ବୟସ ଲାଗେ କୋଡ଼ିଏରୁ ବି କମ୍ ଅସଲରେ କେବେଠୁଁ ତା'ର ବାହାଘର ସରିଛି ତା' ବର ମରିଯାଇଛି ଗୋଟେ ଅଜଣା ରୋଗରେ ଛୋଟଛୋଟ ପିଲାଙ୍କୁ ନେଇ ନିଜ ସଂସାର ଚଳାଇବାକୁ ସେ ଚାକିରୀ କରୁଛି ସେବାଭାରତୀ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନରେ  

ବାସନ୍ତୀ ସହିତ ସେଠି ମୋର ଦେଖା ଏତେ ଚୁପ୍ଚାପ୍ଝିଅ ଯେ ତାକୁ ଦେଖିଲେ ଲାଗିବ, ଯେମିତି ସବୁ ନିରବତା ତାରି ଆଖିରେ ଠୁଳ ହୋଇଛନ୍ତି କେମିତି ଗୋଟେ ଉଦାସ ସ୍ଥିର ତାର ଆଖି ଦୁଇଟି କାମ କରୁ କରୁ ଟିକିଏ ସମୟ ପାଇଲେ ବହି କି ଖାତା ଧରି ସେ ବସି ଯାଉଛି ମୋର କୌତୁହଳ ବଢ଼ିଲା କିଏ ଏଇ ଝିଅଟି ? କରେ ? ସବୁ ଲେଖୁଛି ? ଏସବୁ ପ୍ରଶ୍ନର ଉତ୍ତର ମିଳିଲା ବିଶିଷ୍ଟ ଲୋକତତ୍ତ୍ୱବିତ୍ତଥା କନ୍ଧମାଳର ଜନଜୀବନକୁ ନେଇ ବେଶ୍ତତ୍ପରତାର ସହ ଅଧ୍ୟୟନ କରିଥିବା ଐତିହାସିକ ରଘୁନାଥ ରଥଙ୍କ ଠାରୁ ରଘୁ ବାବୁ ବାସନ୍ତୀ ବିଷୟରେ ଯାହା ସବୁ କହିଲେ, ତାହା କୌଣସି କାହାଣୀଠାରୁ କମ୍ନୁହେଁ କନ୍ଧମାଳର ଅନ୍ଧାର ଭିତରେ ବାସନ୍ତୀର ପ୍ରତିଭା କଳ୍ପନା ସତେ ଯେମିତି ଏକ ଅମଉଳା ଫୁଲ ନିଜ ଜୀବନ ଦୁଃଖକୁ ନେଇ କୁଇ ଭାଷାରେ ଗପ ଲେଖୁଥିବା ବାସନ୍ତୀ ସମକାଳୀନ ସାହିତ୍ୟ ଜଗତରେ ଏକ ବିରଳ ବିସ୍ମୟ  

କୁହୁକ ନଦୀର ତୀରେ


ମୋର ମନେପଡୁଛି ବାସନ୍ତୀ ସହ ମୋର ଦେଖା ହୋଇଥିଲା ଅନେକ ବର୍ଷ ତଳେ କନ୍ଧମାଳ ଦଙ୍ଗାର ପ୍ରାୟ ବର୍ଷକ ପରେ ପ୍ରମୋଦ ପଟ୍ଟନାୟକଙ୍କ ପ୍ରତିଷ୍ଠିତ ସେବା ଭାରତୀ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଏକ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ଯାଇଥାଏ ସେଠି ବାସନ୍ତୀ ସହ ମୋର ପ୍ରଥମ ଦେଖା ସେତେବେଳେ ତାର ଗପ ଲେଖାଖୁବ୍ଜୋରରେ ଚାଲିଥାଏ ରଘୁନାଥ ରଥ ତାର ଗପ ସବୁକୁ କୁଇରୁ ଓଡିଆକୁ ଅନୁବାଦ କରୁଥାଆନ୍ତି  

ମୁଁ ବାସନ୍ତୀକୁ ପଚାରିଥିଲି, ‘ତମେ ଗପ ଲେଖିଲ କେମିତି ? ବାସନ୍ତୀର ଉତ୍ତର ଥିଲା ଗପ ବୋଇଲେ କିସ ଆଜ୍ଞା ? ମୁଁ ମୋ ବୁଢ଼ୀ ମା ପାଖରୁ ଯାହା ଶୁଣିଥିଲି ଗାଁ ଲୋକ ଯାହାସବୁ କୁହନ୍ତି ତାକୁ ଲେଖି ପକେଇଛି ସତରେ ବାସନ୍ତୀର ଗପରେ କୌଣସି ଖାଦ ନାହିଁ ସବୁଗୁଡିକ ନିର୍ମଳ ଜୀବନ କନ୍ଧମାଳର ପାଣି, ପବନ, ଝୋଲା, ଡଙ୍ଗର, ମାଣ୍ଡିଆ କ୍ଷେତ, ହଳଦୀ ପତ୍ର, ବଣଭାଲୁ, ଶୁଆ, ବାଘ, ହାତୀ ମଣିଷମାନେ ତା ଚରିତ୍ରର କେନ୍ଦ୍ରବିନ୍ଦୁ  

ତା' ଗପରେ ଶାଗୁଣାଟିଏ ଛୋଟ ପିଲାକୁ ମା ପରି ପାଳିପାରେ ଦୂର ଗାଁରୁ ବିସ୍କୁଟୁକିଣି ଆଣିଦେଇପାରେ ଏମିତି ବି ହେଇପାରେ ଯେ, କନ୍ଦମୂଳ ଲତା ତଳେ ସାନ ଝିଅଟେ ଜନ୍ମ ହେଇପାରେ ଝୁଡଙ୍ଗ ବିଡା ଭିତରୁ ହଠାତ୍ଝିଅଟେ ଡେଇଁପଡି ଘର ଓଳେଇବା ଆରମ୍ଭ କରିପାରେ ବଡ ଅଦ୍ଭୁତ ଗପର ଗଢ଼ଣ ବଡ ବିଚିତ୍ର ଚରିତ୍ରମାନଙ୍କର ଗତି ସବୁ ଗପର ଶେଷରେ ଏକ ଚମକପ୍ରଦ ପରିସମାପ୍ତି

ଆଧୁନିକ ପୃଥିବୀର ସାହିତ୍ୟରେ ଏ ପ୍ରକାର ଗପକୁ କୁହୁକ ବାସ୍ତବତା ବା ମ୍ୟାଜିକରିୟାଲିଜିମ ଗପ ବୋଲି କୁହାଯାଏ ଲାଟିନଆମେରିକାର ମହାନ୍ କଥାଶିଳ୍ପୀ ତଥା ନୋବେଲପୁରସ୍କାର ବିଜେତା କଥାକାର ଗାବ୍ରିଏଲ୍ଗାର୍ସିଆ ମାକ୍ୱେର୍ଜ୍ଙ୍କ ଲିଖନ ଶୈଳୀ ଏପ୍ରକାର ମାକ୍ୱେର୍ଜ୍ଙ୍କ ଗଳ୍ପର ଧାରାରେ କୁହୁକ ଯେତିକି, ଜୀବନର ବାସ୍ତବତା ସେତିକି କୁହୁକ ବାସ୍ତବତାକୁ ନେଇ ଗପ ଲେଖିଥିବା ଅନେକ ବଡ ବଡ ଲେଖକଙ୍କୁ ଆମେ ଜାଣିଛୁ ଯେମିତି ହୋର୍ହେ  ଲୁଇ ବୋର୍ହେସ୍ ବା ଲ୍ଲୋସା ଏମାନେ ବଡ ବଡ ଲେଖକ । ବହୁ ପୁରସ୍କାର ପାଇଛନ୍ତି  

ବାସନ୍ତୀ ମାଝୀ ଏମାନଙ୍କ ଆଗରେ କୁଟାଖିଅଟିଏ ପରି ଲାଗିପାରନ୍ତି  ଅଥଚ ସାହିତ୍ୟର ମାପ କାଠିରେ ଲାଗିପାରେ, ବାସନ୍ତୀ ମାଝୀ ଏମାନଙ୍କ ସମଗୋତ୍ରୀୟ ଲାଟିନ ଆମେରିକାର ଜନଜାତି ସେମାନଙ୍କ ଜୀବନକାହାଣୀ ଆଧାରରେ ଯେଉଁ କୁହୁକ ବାସ୍ତବତା ନିର୍ମିତ ହୋଇଥିଲା, ତାହା ଓଡିଶାର କନ୍ଧମାଳ ଜିଲ୍ଲାରେ ଗୋଟେ ଅଲଗା ରୂପ ନେଇ ବଢ଼ି ଉଠୁଛି ଏଠି ସାହିତ୍ୟ ବୌଦ୍ଧିକତାର କଳାକୌଶଳ ନୁହେଁ, ବରଂ ଏଠି ସାହିତ୍ୟ ହେଉଛି ଜୀବନର ଏକୁଟିଆ ନିଛାଟିଆ ସ୍ୱର ଲିପି ବାସନ୍ତୀ ମାଝୀ ହୁଏତ ମାକ୍ୱେର୍ଜ୍ନୁହଁନ୍ତି ହେଲେ ସାହିତ୍ୟରେ ବାସନ୍ତୀ ମାଝୀଙ୍କର ଏକ ନିଜସ୍ୱ ସ୍ୱର, ଶୈଳୀ ତଥା ପରିଚୟ ରହିଛି  ଓଡିଆ ସାହିତ୍ୟର ବିଶିଷ୍ଟମାନଙ୍କ ଗହଣରେ ବାସନ୍ତୀ କେବେ ଆସି ବସନ୍ତି ନାହିଁ ତାଙ୍କୁ ଓଡିଆ ସାହିତ୍ୟିକମାନେ ଜାଣି ବି ନଥିବେ ଇତିମଧ୍ୟରେ କେବେ କେମିତି ଖବରକାଗଜରେ ବାସନ୍ତୀ ମାଝୀଙ୍କର ଜୀବନକାହାଣୀ ତାଙ୍କର ଗପର ଚର୍ଚ୍ଚା ହୋଇଛି ତାହା କିନ୍ତୁ ଯଥେଷ୍ଟ ନୁହେଁ  

ଗପ ପରି ଏକ ଜୀବନ


ବାସନ୍ତୀର ଜୀବନ କାହାଣୀ ଗପଟିଏ ସେ ସାଧାରଣ କୁଇ ଝିଅଟିଏ ହୋଇ ଜନ୍ମ ହୋଇଥିଲେ  ତାଙ୍କ ଜେଜେ ବାପାଙ୍କର ତିନୋଟି ସ୍ତ୍ରୀ ତା ମଝିଅାଁ ଜେଜେ ମାଭାରି ସୁନ୍ଦର ଗପ କହୁଥିଲା ବାସନ୍ତୀ କହେ, ‘ଏବେ ବି ତାର ଗପ ସବୁ ସେଇ ମଝିଆ ଜେଜେ ମାର ଦାନ ବାସନ୍ତୀ କିନ୍ତୁ ଚାହୁଁଥିଲା ପାଠ ପଢ଼ିବ ଗାଁ ପାଖରେ ସ୍କୁଲ ନଥିଲା ପ୍ରାଥମିକ ଶିକ୍ଷା ପରେ ତା'ର ପାଠପଢ଼ା ବନ୍ଦ ହେଲା ଟିକିଏ ବଡ ହେବାରୁ ଗୋଟିଏ ସ୍ୱେଚ୍ଛାସେବୀ ସଙ୍ଗଠନରେ ତାକୁ କାମ ମିଳିଲା ସେହିଠି ଦେଖାହୁଏ ବାସନ୍ତୀର ଜୀବନସାଥୀ ସହ ସେହି ସଙ୍ଗଠନର ତାଙ୍କ ନିଜ ଜାତିର ପିଲାଟିଏ ତାକୁ ଭଲପାଇଲା  

ତେବେ କୁଟିଆ କନ୍ଧ ପ୍ରଥା ଅନୁଯାୟୀ ଝିଅକୁ ପୁଅ ଉଠେଇ ନେଲେ ଯାଇ ବାହାଘର ହେବ ପିଲାଟି ବାସନ୍ତୀ ପ୍ରତି ଯେତିକି ଦୂର୍ବଳ, ବାସନ୍ତୀ ପ୍ରେମ ପ୍ରତି ସେତିକି ଅନାସକ୍ତ ବାସନ୍ତୀ ସେ ପିଲାକୁ ବିଲକୁଲଧରାଛୁଅାଁ ଦେଉନଥିଲା ସେ ଯେତେ ଚେଷ୍ଟା କଲେ ମଧ୍ୟ ବାସନ୍ତୀ ତାକୁ ବାହାହେବା ପାଇଁ ସୁଯୋଗ ଦେଉନଥିଲା ବହୁ ପରିଶ୍ରମ ଅପେକ୍ଷା ପରେ ବାସନ୍ତୀ ମାନିଲା ବାହାଘର ହେବାର ଅଳ୍ପ କେଇ ବର୍ଷ ପରେ ବାସନ୍ତୀର ବର ଏକ ଅଜଣା ରୋଗରେ ମୃତ୍ୟୁବରଣ କଲା  

ତା ପରଠୁ ବାସନ୍ତୀ ଏକାକୀ ନିଜ ଜୀବନ ପାଇଁ ଜୀବିକା ବାଛିବା ସହିତ ସେ ଜୀବନସାଥୀ ଭାବରେ ବାଛିନେଲା ଗପ ଲେଖିବାର ପ୍ରବଣତାକୁ ସେ ଗପ ଲେଖିଲା ଲେଖି ଚାଲିଲା ତା ଗପ ଲେଖିବାର ଆଗ୍ରହ ଦେଖି ସେବାଭାରତୀର ପ୍ରତିଷ୍ଠାତା ପ୍ରମୋଦ ପଟ୍ଟନାୟକ ତାକୁ ଉତ୍ସାହ ଦେଲେ ଦିନ ଆସିଲା ବାସନ୍ତୀର ଗପ ବହିଟେ ହୋଇ ପ୍ରକାଶ ପାଇବାର ଯୋଜନା ଚାଲିଲା  

ବାସନ୍ତୀର ଗପଖାତା


ଗପ ଶୁଣୁଶୁଣୁ ବାସନ୍ତୀ ନିଜେ କେତେବେଳେ ଗପଟିଏ ହେଇଗଲା ତାହା ତାକୁ ବି ଜଣାନଥିଲା ସେ ଯେଉଁ କଳ୍ପନାର କାହାଣୀ ସବୁ ଶୁଣିଥିଲା ସେ କାହାଣୀ ସବୁ ତା ଜୀବନରେ ଗୋଟି ଗୋଟି ହୋଇ ସତ ହେବା ଆରମ୍ଭ କଲେ କାହାଣୀରେ ଅଦ୍ଭୁତ, ବିଚିତ୍ର ଆଶ୍ଚର୍ଯ୍ୟଜନକ ଲାଗୁଥିବା ଚରିତ୍ରମାନେ ତାର ଦୁଃଖକୁ ଭିନ୍ନ ଭିନ୍ନ ବାଗରେ କହିବା ଆରମ୍ଭ କଲେ ସେ ଗପସବୁ ଗୋଟିଏ ଲମ୍ବା ଖାତାରେ ଟିପା ହୋଇ ରହିଲା ଗପ ସବୁ ଲେଖା ହେଉଥିଲା ତା ନିଜ ଭାଷା କୁଇରେ  

ଓଡିଶାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ପଚିଶ ଲକ୍ଷରୁ ଅଧିକ ଜନସାଧାରଣ ଏହି ଭାଷା ବ୍ୟବହାର କରନ୍ତି ତେବେ ଏହି ଭାଷାକୁ ମାନ୍ୟତା ଦେବା ବା ବୁଝିବା ପାଇଁ ଆମମାନଙ୍କ ସମୟ ନଥାଏ ଓଡିଆ ଭାଷା ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିବା ଓଡିଶାର ନାମୀଦାମୀ ଲୋକମାନେ ଜାଣନ୍ତି ନାହିଁ ଯେ ଆମ ରାଜ୍ୟରେ ଆହୁରି ଏମିତି ଅନେକ ଭାଷା ଅଛନ୍ତି ଯେଉଁମାନେ ନିଜର ଅସ୍ତିତ୍ୱକୁ ନେଇ ସଙ୍ଘର୍ଷ କରୁଛନ୍ତି ସେହି ଭାଷାମାନଙ୍କ ମଧ୍ୟରେ ସାନ୍ତାଳି, କୁଇ, ପରଜା ମୁଣ୍ଡାରୀ ପରି ଜନଗୋଷ୍ଠୀର ଭାଷା ରହିଛି  

ମୂଳରୁ ଏମାନଙ୍କୁ ଭାଷା ଭାବରେ ସ୍ୱୀକାର କରିବାକୁ ଆମେ ପ୍ରସ୍ତୁତ ନୋହୁଁ ଉପେକ୍ଷିତ ମଣିଷର ଭାଷାରେ ବାସନ୍ତୀ ମାଝୀ ନିଜର ଗପ ଲେଖିଛନ୍ତି ଏହି ସବୁ ଗପକୁ ଓଡିଆରେ ଅନୁବାଦ କରି ଏପ୍ରିଲ୍୨୦୧୧ରେ ପ୍ରକାଶ ପାଏ ବାସନ୍ତୀର ପ୍ରଥମ ଏକମାତ୍ର ବହିକୁଟିଆ କନ୍ଧ ଲୋକକାହାଣୀ ଜଣେ ସାଧାରଣ ଆଦିବାସୀ ଝିଅର ଗପ ବହିକୁ ନେଇ ଗଣମାଧ୍ୟମରେ କିଛିଟା ଆଗ୍ରହ ପ୍ରକାଶ ପାଏ ଜାତୀୟ ସ୍ତରରେ ' ଇଣ୍ଡିଆନ୍ଏକ୍ସପ୍ରେସ୍', ' ହିନ୍ଦୁ' ଭଳି ଖବରକାଗଜ ବାସନ୍ତୀର ସାହିତ୍ୟିକ ପ୍ରତିଭା ବିଷୟରେ ଆଲେଖ୍ୟ ଛାପନ୍ତି ତଥାପି ଆମ ସାହିତ୍ୟର ମଙ୍ଗୁଆଳମାନଙ୍କ ଦୃଷ୍ଟି ବାସନ୍ତୀ ମାଝୀ ଉପରେ ପଡେ ନାହିଁ ଉଚ୍ଚପଦବୀ, ମୋଟା ବେତନ ମହାର୍ଘ ପୁରସ୍କାର ପାଉଥିବା ଲେଖକମାନଙ୍କ ପ୍ରେମରେ ଆମ ସାହିତ୍ୟ ଏତେ ଅନ୍ଧ ଯେ ସେଠି ଜଣେ ସାଧାରଣ କୁଇ ଭାଷାଭାଷୀ ଝିଅର ପ୍ରତିଭାର କିଛି ମୂଲ୍ୟ ନାହିଁ  

ବେବି ହାଲ୍ଦାର ବାସନ୍ତୀ ମାଝୀ 


ପ୍ରାୟ ସାତ ଆଠ ବର୍ଷ ତଳେ ବଙ୍ଗଳା ହିନ୍ଦୀ ସାହିତ୍ୟରେ ଏକ ଚର୍ଚ୍ଚିତ ନାଁ ଥିଲେ ବେବି ହାଲ୍ଦାର ଜଣେ ସାଧାରଣ ଗୃହ କର୍ମଚାରୀ (ଯାହାକୁ ଅବଜ୍ଞା ସୂଚକ ଭାବରେ ଆମେ ଚାକରାଣୀ ବୋଲି କହିଥାଉ) ଭାବରେ କାମ କରୁଥିବା ବେବି ହାଲ୍ଦାରଙ୍କ ଜୀବନକାହାଣୀ ସାରା ଦେଶରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା ବେବି ନିଜ ଜୀବନର ବ୍ୟଥା ବେଦନାକୁ ଅକପଟ ତଥା ସରଳ ଭାଷାରେ ଲେଖିଥିଲେ ତାଙ୍କର ଆତ୍ମଜୀବନୀଆଲୋ ଅନ୍ଧାରିସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ ତାଲିକାରେ ସ୍ଥାନ ପାଇଥିଲା  

ତାପରଠୁ ବେବି ଦେଶର ପ୍ରମୁଖ ସାହିତ୍ୟ ଉତ୍ସବ ସାହିତ୍ୟ ସଙ୍ଗଠନଗୁଡିକରେ ଏକ  ବଡ଼  ଆକର୍ଷଣ ପାଲଟିଥିଲେ ଓଡିଶାର ଏକ ନାମୀ ପ୍ରକାଶନ ସଂସ୍ଥା ବେବିଙ୍କର ପୁସ୍ତକ ପ୍ରକାଶ କରିଛି ସେହି ସମାନ ପୃଷ୍ଠଭୂମି ପ୍ରତିଭା ଥାଇ ମଧ୍ୟ ବାସନ୍ତୀ ମାଝୀ ଓଡିଶାରେ ଅବହେଳିତ ବାସନ୍ତୀଙ୍କର ସମସ୍ୟା ହେଉଛି ସେ କନ୍ଧମାଳର ବାସିନ୍ଦା ଜନଜାତିର ପ୍ରତିନିଧି ସମାଜରେ ଅବହେଳିତ ବର୍ଗ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିପାରିବେ ବୋଲି ଆମର ବ୍ରାହ୍ମଣବାଦୀ ମଗଜରେ ବିଶ୍ୱାସ ଜନ୍ମେନାହିଁ ସେଥିପାଇଁ ବାସନ୍ତୀ ମାଝୀଙ୍କୁ ସାହିତ୍ୟ ଏକାଡେମୀ ବା ସାହିତ୍ୟ ଉତ୍ସବମାନଙ୍କରେ ସାମିଲ୍କରିବାର ଚିନ୍ତା ମଧ୍ୟ ଆମେ କରିପାରୁ ନାହୁଁ  

ବାସନ୍ତୀ ସାହିତ୍ୟକୁ ନେଇ ନିଜେ କୌଣସି ଅଭିଳାଷ ପୋଷଣ କରନ୍ତି ନାହିଁ ସେ ନିଜେ ଜାଣନ୍ତି ନାହିଁ ସେ ଯାହା ଲେଖୁଛନ୍ତି, ତାହା ସାହିତ୍ୟ କି ନୁହଁ ନିଜ ଜୀବନକୁ କାଗଜକଲମରେ ଉତ୍ତାରି ଦେବାର ପ୍ରବଣତାରୁ ତାଙ୍କର ଗପ ଜନ୍ମ ନେଇଛି ସେ ଗପ ଉଚ୍ଚାଙ୍ଗ ସାହିତ୍ୟ ହେଉ କି ନହେଉ ତାହା ଜୀବନର ସାହିତ୍ୟ ନିଶ୍ଚୟ ସେହି ସାହିତ୍ୟକୁ ଯେଉଁ ଜାତି ଅସ୍ୱୀକାର କରେ, ସେ ଜାତିର ସାହିତ୍ୟ ଯେତେ ମର୍ଯ୍ୟାଦାସମ୍ପନ୍ନ ହେଲେ ମଧ୍ୟ ପ୍ରାଣହୀନ ବାସନ୍ତୀ ମାଝୀଙ୍କର ଗପ ଓଡିଆ ଜନଜୀବନରେ ଏକ ନୂଆ ଆନ୍ଦୋଳନର ଆଭାସ

ବାସନ୍ତୀ ମାଝୀଙ୍କ ଦୁଇଟି ଗପ


କନ୍ଦାର ଝିଅ ଜନମ


ଗୋଟିଏ ଗାଁ ଥିଲା ସେହି ଗାଁରେ ଗୋଟିଏ ବହୁତ ଗରିବ ଲୋକ ଥିଲା କେତେ ଚାଷ କଲେ ମଧ୍ୟ ଫସଲ ହେଉନାହିଁ ଖାଲି କନ୍ଦା ଫଳମୂଳ ଖାଇ ବଞ୍ଚୁଥିଲା କାମ ନକଲେ ଖାଇବାକୁ ମିଳେନାହିଁ ସେହିଦିନ ଉପାସରେ ରହିଥିଲେ ପୁଅର ନାଁ ସୁଧୀର ବାପା, ମାଜଙ୍ଗଲକୁ ଯାଆନ୍ତି ସୁଧୀର ଘରେ ରହେ  

ଦିନେ ବାପା ମାଜଙ୍ଗଲକୁ କନ୍ଦା ଖୋଳିବାକୁ ଗଲେ ଚାରିଆଡେ ଖୋଜାଖୋଜି କଲେ କନ୍ଦା କେଉଁଠି ବି ପାଇଲେ ନାହିଁ ରାତି ହୋଇ ଆସିଲା ସେ ଆଉ ଘରକୁ ଗଲେ ନାହିଁ ସେହି ଜଙ୍ଗଲରେ ହିଁ ଶୋଇଲେ ସକାଳ ହେଲା ପୁଣି କନ୍ଦା ଖୋଜିବାକୁ ଲାଗିଲେ ସୁଧୀର ଭାରିବ୍ୟସ୍ତ , ବପା ମା ଆସିଲେ ନାହିଁ କାହିଁକି

ସକାଳ ହେଲା । ବାପା ମା' କନ୍ଦା ଖୋଜିବାକୁ ଲାଗିଲେ ଗୋଟିଏ ଗଛରେ ଲଟା ମାଡିଛି ବୋଲି ତାର ସ୍ତ୍ରୀକୁ ଡାକିଲା ଆଉ ଖୋଳିବାକୁ ଲାଗିଲେ ଖୋଳୁ ଖୋଳୁ କନ୍ଦା ବାହାରିଲା କନ୍ଦାକୁ ବାଡିରେ କାଢ଼ୁଛି କନ୍ଦା କହୁଛି ମାଆ ମୋତେ ଧିରେ ଧିରେ କାଢ଼େ ମୋତେ କାଟୁଛି ତାର ସ୍ତ୍ରୀ ଅଧା ବାଟଯାଏ ଗଲା ମଲେ ମରିବା ଚାଲ ବୋଲି କହିଲା ଆହୁରି ସେମାନେ କାଢ଼ିବାକୁ ଲାଗିଲେ ମୋତେ ଘର ଭିତରେ ରଖିବୁ କାହାକୁ ଦେଖେଇବ ନାହିଁ ଯେତେବେଳେ କବାଟ ଠକ୍ଠକ୍କରିବି ସେତେବେଳେ କବାଟ ଖୋଲିବ ବୋଲି କହିଲା କିଏ ନଯିବା ଘରେ ବନ୍ଦ କରିବ ବୋଲି କହିଲା କାମ କରିବାକୁ ଗଲେ ସେତେବେଳେ ଆମ୍ବ ଟାଙ୍କୁ ବାଡେଇବାକୁ ଲାଗିଲେ  

ଏମିତି ସାତଦିନ ବିତିଗଲା କନ୍ଦା ଆଣିଥିବା ବାର ପହଞ୍ଚିଲା ଦିନ ବାର ଘଣ୍ଟା ହେଲା କବାଟ ଠକ୍ଠକ୍ହେଲା ପୁଅ ଭୋକରେ ବଖରାରେ ଶୋଇପଡିଥିଲା ପୁଅ ପାଣି ପିଇବି ବୋଲି ଚଟ୍କିନା ଉଠି ପଡିଲା ଆମ ଘରେ କବାଟ ଠକ୍ଠକ୍କରି କିଏ ବାଡଉଛି ବୋଲି ପଚାରିଲା କବାଟ ଖୋଲି ଦେଖିଲା ବେଳକୁ ଲଣ୍ଠନ ପରି ଜଳୁଛି ପୁଅ ଆଶ୍ଚର୍ଯ୍ୟ ହୋଇ ଧାଇଁଗଲା ଆଉ ପୁଣିଥରେ ଘରକୁ ଗଲା  

ଘର ଭିତରେ ଦେଖିଲା ବେଳେ ଗୋଟିଏ ଝିଅ ଠିଆ ହୋଇଛି ପୁଅ ବାଧ୍ୟ ହୋଇ ଘର ଭିତରେ ପଶିଲା ହେ ପ୍ରଭୁ ଆପଣ କୁଆଡୁ ଆସିଲ ବୋଲି ପଚାରିଲା ଝିଅ କହିଲା ତମ ମାଙ୍କୁ ପଚାର ମା ଏହି ଝିଅକୁ କୁଆଡୁ ଆଣିଛ ବୋଲି ପଚାରିଲା ମାଆ ବାପା କନ୍ଦା ରଖିଥିବା ଘରକୁ ଧାଇଁଲେ ଘର ଭିତରେ ଗୋଟିଏ ଝିଅ ବସିଛି ସେହି ଝିଅ ଲାଜରେ ମୁହଁ ପୋତିଲା ଘୁରି ଚାରିଆଡେ ଅନେଇଲା ବେଳେ ସୁନାର ବାସନକୁସନ, ଧନସମ୍ପତ୍ତି ପରିପୂର୍ଣ୍ଣ ହୋଇଛି । 

ସେ ସବୁ ଜିନିଷପତ୍ର ଦେଖି ବଡ ଖୁସିରେ କଥାବାର୍ତ୍ତା ହେଲେ ମାଆ ଆଜିଠୁ ତୁମର କୌଣସି ଅସୁବିଧା ହେବନାହିଁ ଖାଇପିଇ ଖୁସିରେ ରୁହନ୍ତୁ ସେଠୁ ତିନିଜଣଯାକ ହସି ହସି ଖୁସିରେ ଚଳିଲେ ତୁମ୍ଭଙ୍କୁ ଦେଖି ଆମର ଭୋକଶୋଷ ଜମା ନାହିଁ ଭଲ ଖାଦ୍ୟ ମିଳିଲା ଦିନେ ମା ବାପା ସୁଧୀର କୁଆଡେ ବୁଲିବାକୁ ଯାଇଥିଲେ ସେହି ସମୟରେ ଜଣେ ରାଜା ମାଗିବାକୁ ଯାଉଥିଲେ ଭିକ୍ଷା ନେବା ସମୟରେ ହାତ ଧରିକି ଘୋଡାରେ ବସେଇକି ନେଇଗଲେ  ସେମାନେ ଘରକୁ ଫେରି ଦେଖିଲା ବେଳେ ଆଉ ସୁଧୀରର ବୋହୁ ନାହିଁ ଚାରିଆଡେ ଖୋଜାଖୋଜି ଚାଲିଲା କୁଆଡେ ହେଲେ ପାଇଲେ ନାହିଁ  ପାରା ଗୋଟିଏ ପୋଷିଥିଲେ ଗୋଟିଏ ଘରେ ସେହି ଝିଅ କାନ୍ଦିବାରେ ଲାଗିଲା ପାରା ସେହି ଘରକୁ ଗଲା । ସମସ୍ତଙ୍କୁ କହିଲା । ସେଥିପାଇଁ ସମସ୍ତେ ମିଶିକି ଗଲେ ସେ ଝିଅକୁ ଧରି ଆସି ଖୁସିରେ ରହିଲେ । 

ଝୁଡୁଙ୍ଗ 


ଗୋଟିଏ ଗାଁରେ କିଛି ପରିବାର ବାସ କରୁଥିଲେ ସେଥି ଭିତରୁ ଗୋଟିଏ ପରିବାରରେ ବଡ ପୁଅର ନାମ ଲାଡା ବୋଲି ଦିଆଯାଇଥିଲା ଲାଡା ନିଜ ପରିବାରର ପେଟପୋଷଣ ନିମନ୍ତେ ଗୁଡିଆ ହାଣିଲା ସେହି ଗୁଡିଆରେ ନାନା ପ୍ରକାର ଫସଲ ଯଥା - ମକା, ଝୁଡୁଙ୍ଗ, କାନ୍ଦୁଲ ଇତ୍ୟାଦି ଚାଷ କଲା ଲାଡା ଗୁଡିଆରେ ସବୁପ୍ରକାର ଫସଲ ସଙ୍ଗ୍ରହ କରିବା ପରେ ଝୁଡୁଙ୍ଗ ବିଡ଼ା ବାନ୍ଧି ରଖିଥିଲା  

ସେମାନେ ଜଙ୍ଗଲରୁ ବହୁ, ଝୁଣା, ଲାଖ, କରଡି ଇତ୍ୟାଦି ଫଳମୂଳ ସଙ୍ଗ୍ରହ ନିମନ୍ତେ ଯାଆନ୍ତି ଠିକ୍ଏହି ସମୟରେ ଲାଡା ରଖିଥିବା ଝୁଡୁଙ୍ଗ ବିଡାରୁ ଗୋଟିଏ ଝୁଡୁଙ୍ଗ ଛିଟିକି ପଡି ଘରର ସବୁକାମ ଘର ଝାଡୁ ଠାରୁ ଆରମ୍ଭ କରି ରୋଷେଇ, କୁଇରି କୁଟିବା ଏହି ପରି ସମସ୍ତ କାମ କରିସାରୁଥାଏ ସେମାନେ ଜଙ୍ଗଲରୁ ଫେରି ଦେଖିଲା ବେଳକୁ ସବୁ କାମ ସରିଯାଇଛି ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥାନ୍ତି  

ଏମିତି ବହୁତ ଦିନ ବିତିଗଲା ଶେଷରେ ଲାଡାର ବାପା, ମାଭାବିଲେ ଯେ ଘରର ସବୁ କାମ କିଏ କରିଛି ଏହି ସନ୍ଧାନ ସେମାନେ ଜାଣିବାକୁ ଚାହିଁଲେ ବାପା, ମା ଦିନେ ଲାଡାକୁ କହିଲେ ଯେ ତୁ ଆଜି ଆମ ସାଙ୍ଗରେ ଜଙ୍ଗଲକୁ ଆସିବୁ ନାହିଁ ସେ ସେମାନଙ୍କ କଥାରେ ଏକମତ ହେଲା ଘର ଭିତରେ ଛକି ରହିଲା ଏବଂ ଜାଣିବାକୁ ଚାହିଁଲା ଏହିପରି ଛକିଥିବା ସମୟରେ ଝୁଡୁଙ୍ଗ ଝିଅ ବାହାରି ଆସିଲା ନିଜ କାମ କରିବାକୁ ଆରମ୍ଭ କଲା ସବୁ କାମ ସରିଲା ପରେ ପୁଣି ଝୁଡୁଙ୍ଗ ଲୁଚିଲା  

ଏମିତି ସମୟ ବିତିଗଲା ଲାଡାର ବାପା, ମା ଘରକୁ ଫେରିବା ସମୟ ହୋଇଗଲା ଘରେ ବାପା, ମା ପହଞ୍ଚିବା ପରେ ଲାଡା ଯାହା ଦେଖିଥିଲା ସେହି ବିଷୟରେ ବର୍ଣ୍ଣନା କଲା ଏହା ଶୁଣି ସେମାନେ ଆଶ୍ଚର୍ଯ୍ୟ ହେଲେ ସେହି ଝୁଡୁଙ୍ଗ ଝିଅର କାର୍ଯ୍ୟ ଦେଖିବାକୁ ଇଛା କଲେ ଛକି ବସିଲେ ସେ ଝିଅକୁ ଜଣା ନଥିଲା ଯେ ତାକୁ ସମସ୍ତେ ଦେଖୁଛନ୍ତି ସେ ଯେମିତି ବାହାରି କାମ କରୁଥିଲା ଠିକ୍ସେହି ପରି ସେ ଦିନ ମଧ୍ୟ ସବୁ କାମ କଲା ଏହାପରେ ଲାଡା କହିଲା ଯେ ମୁଁ ସେହି ଝିଅକୁ ବାହା ହେବାକୁ ଚାହୁଁଛି ଏହା ଶୁଣି ବାପା, ମା ବ୍ୟସ୍ତ ହେଲେ କହିଲେ ଏମିତି ଝିଅକୁ ତୁ କେମିତି ବାହା ହେବୁ ?

ସେ ଉପାୟ ପାଞ୍ଚିଲା ଏବଂ ବାପା, ମାଙ୍କୁ କହିଲା ଯେ ତୁମେ ଜଙ୍ଗଲକୁ ଯାଅ ମୁଁ ଘରେ ରହିବି ଏହା ଶୁଣି ସେମାନେ ଜଙ୍ଗଲକୁ ଚାଲିଗଲେ ଲାଡା ପୂର୍ବ ପରି ଛକି ବସିଲା ସେ ଝିଅ କେଉଁଠି ବାହାରୁଛି ତାହା ନିରୀକ୍ଷଣ କଲା ଏହାପରେ ସେ ଝୁଡୁଙ୍ଗ ଚୋପା ସବୁ ପୋଡିଦେଲା ଝିଅଟି ବାହାରି ଆସିଛି ବାପା, ମାଙ୍କର ଆସିବା ସମୟ ହେଇଗଲାଣି ଏହାପରେ ସେମାନେ ଘରେ ପହଞ୍ଚି ଦେଖିଲେ ଯେ ଗୋଟିଏ ସୁନ୍ଦରୀ ଝିଅ ତାଙ୍କ ଘରେ ଅଛି ବାପା, ମା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଖୁସି ମଧ୍ୟ ହେଲେ ଶେଷରେ ଦୁଇଜଣଙ୍କୁ ବାହା କରେଇ ପରିବାରରେ ସମସ୍ତେ ମିଶି ରହିଲେ

No comments:

Post a Comment