Sunday, April 02, 2017

ପର୍ବତରେ ଧର୍ମୋପଦେଶ - ୧୧

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ୱେଲ୍ସ୍ ଭାଷାର ପ୍ରଥମ ବାଇବେଲ (୧୫୮୮ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମାଗ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ ପାଇବ ;  ଦ୍ୱାରରେ ମାର ତୁମ୍ଭମାନଙ୍କ ନିମନ୍ତେ ତାହା ଫିଟା ଯିବ । ଯେହେତୁ ଯେ ମାଗେ, ତାହାକୁ ମିଳେ; ଯେ ଖୋଜେ, ସେ ଉଦ୍ଦେଶ ପାଏ;  ଆଉ ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଦ୍ୱାର ଫିଟାଯିବ । ଆପଣାର ପୁତ୍ର ରୋଟୀ ମାଗିଲେ ତାକୁ ପଥର ଦେବ, କିଅବା ମାଛ ମାଗିଲେ ତାକୁ ସର୍ପ ଦେବ, ତୁମ୍ଭମାନଙ୍କ ମଧ୍ୟରେ କି ଏପରି କୌଣସି ମନୁଷ୍ୟ ଅଛି ?  ଏନିମନ୍ତେ ତୁମ୍ଭେମାନେ ମନ୍ଦ ହୋଇହିଁ ଯେବେ ଆପଣା ବାଳକମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟ ଦେବାକୁ ଜାଣ, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା କି ଆହୁରି ପ୍ରବୃତ୍ତ ମନରେ ଆପଣା ପ୍ରାର୍ଥନାକାରୀମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟ ନ ଦେବେ ? ଅତଏବ ଅନ୍ୟମାନଙ୍କଠାରୁ ତୁମ୍ଭେମାନେ ଯେଉଁସବୁ ବ୍ୟବହାର ଇଚ୍ଛା କର, ସେମାନଙ୍କ ପ୍ରତି ସେହିରୂପ ବ୍ୟବହାର କର; ଯେହେତୁ ଏହା ଶାସ୍ତ୍ର ଓ ଭବିଷ୍ୟଦ୍-ବାକ୍ୟର ସାର । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

No comments:

Post a Comment