ଶାଶୁ କହିଲେ
(ବୋହୁଙ୍କ ପହିଲି ପାଳି ବାହୁନାର ଉତ୍ତର)
ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ'ରୁ ସଙ୍ଗୃହିତ
![]() |
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ |
ଓତଲ କନା ପିନ୍ଧି ପଶିଲୁ ଘରେ
ତୋର କିପାଇଁ ସତେ ଗାରିମା ଏଡ଼େ ଲୋ ।
ବୁଢ଼ୀକାଳେ ଲୋ ମୋ'ର ଆସୁଛି ଭାର
ବୁଡ଼ି ନ ମଲୁ ତୁ ଲୋ ବାଡ଼ିରେ ଯୋଡ଼ ଲୋ ।
ତା' ଶୁଣି ଦେଢ଼ଶୁରେ ଦିଅନ୍ତି ଗାଳି
ତା ଶୁଣି ଖୁଡ଼ିଶାଶୁ ଲଗାନ୍ତି କଳି ଲୋ ।
ଅନ୍ୟ ଗାଳି ଲୋ ତୋ'ର ତୁଣ୍ଡରେ ନାହିଁ
ଆଣ୍ଠୁକୁଡ଼ି ଝିଅ ତୁ ବୋଲୁ କିପାଇଁ ଲୋ ।
ଶାଗ କାଟିବି ବୋଲି ପନିକି ଥୋଇ
ମନ ବିକଳ ହେଲା ପଡ଼ିଲି ଶୋଇ ଲୋ ।
ହାଟରୁ ଖଜା ମୁଆଁ ଆଣନ୍ତି କିଣି
ବୋଲନ୍ତି, ତୋ'ର ଭାଇ ଆସିଛି ଆଣି ଲୋ ।
( ପ୍ରଥମ ରଚନା---ବାଣପୁର, ପୁରୀ )
No comments:
Post a Comment