Saturday, July 15, 2017

ବୈଷ୍ଣବ ପଦାବଳୀ - 'କୃଷ୍ଣଙ୍କ ପ୍ରତି ଶ୍ରୀରାଧା'

(ରାଗ - ଶ୍ରୀ, ତାଳ - ଆଠତାଳି) 


କବି - କାହ୍ନୁଚରଣ 


ଭିଏତନାମ ଦେଶର ୭ମ-୮ମ ଶତାବ୍ଦୀର ଗୋବର୍ଦ୍ଧନଧାରୀ କୃଷ୍ଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ମୋହନ ହେଲା ତ ତୁମ୍ଭର ଅପକୀରତି । (ଘୋଷା)

ନାଶ କଲା କା ମୁଖ ଶଶଅଙ୍କ ମୟୁଖ 
ଆଶ୍ୟ କମଳ ମୂରତି ମୂରତି ।୧।

ବଲ୍ଲିରସ ହିଙ୍ଗୁଳ ଖଲିବା ଇନ୍ଦ୍ର ନୀଳ
ପଟି ସୁଗଣ୍ଡେ ଭରତି ଭରତି ।୨।

ମାତି ଆଶ୍ଲେଷେ ଭୁଜେ କାତି ସମ କରଜେ
ତନୁ ହୋଇଛି କରତି କରତି ।୩।

ଭାଷେ କାହ୍ନୁଚରଣ କଲ ଯା' ଆଚରଣ 
ଅଜହୁଁ ପର ପିରତି ପିରତି ।୪।

ଉତ୍ସ - ଶ୍ରୀ  ଜାନକୀବଲ୍ଲଭ ମହାନ୍ତି ଦ୍ୱାରା ସମ୍ପାଦିତ ଓ ସଙ୍କଳିତ ବୈଷ୍ଣବ ପଦାବଳୀ । ପ୍ରକାଶକ - ଓଡ଼ିଶା ବୁକ୍ ଷ୍ଟୋର, କଟକ । 
ପ୍ରଥମ ସଂସ୍କରଣ - ୧୯୮୦ ।

No comments:

Post a Comment