Sunday, July 09, 2017

ଶିରିଣି


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସାମଗ୍ରୀ


୧୨ଟି ପାଟକପୁରା କଦଳୀ, ୨୦୦ ଗ୍ରାମ ଗୁଡ଼, ୭୫ ଗ୍ରାମ (ଗଏଣ୍ଠେ କପ୍) ଅରୁଆ ଚାଉଳ ଚୁନା, ୭୫ ଗ୍ରାମ (ଗଏଣ୍ଠେ କପ୍) ଗହମ ଅଟା, ଗୋଲମରିଚ ଗୁଣ୍ଡ ଦୁଇ ଚାହା ଚାମଚ, ଗୁଜୁରାଚି ୧୨ ଟି, ଅଳେଇଚ ଛଅଟି, ଏକ ଲିଟର କଞ୍ଚା ଗୋରସ, ଅଧା ଚାହା ଚାମଚ କର୍ପୁର ।

ପ୍ରଣାଳୀ


ଗୋଟିଏ ତସଲାରେ ଚୋପାଛଡ଼ା କଦଳୀଗୁଡ଼ିକୁ ଭଲ ଭାବରେ ଚକଟି ଦେବେ । ତାହା ପରେ ସେଥିରେ ଗୁଡ଼ ପକାଇକରି ମିଶାଇ ଦେବେ । ଏହା ପରେ ଅଳପ ଅଳପ କରି ଏହି ମିଶ୍ରଣରେ ଅଟା, ଚାଉଳ ଚୁନା ଓ ଗୋରସ ପକାଇ ମିଶାଇ ଦେବେ । ଉତ୍ତମ ରୂପେ ମିଶିଗଲା ପରେ ଗୁଜୁରାତି ଓ ଅଳେଇଚକୁ ହେମଦସ୍ତାରେ ଭଲ ଭାବରେ ଛେଚି କଦଳୀ ଚକଟାରେ ଗୁଣ୍ଡକୁ ପକାନ୍ତୁ । ପୂରେ ଶେଷରେ ଏଥିରେ ଗୋଲମରିଚ ଗୁଣ୍ଡ ଓ କର୍ପୁର ଗୁଣ୍ଡ ପକାଇ ମିଶାଇ ଦେବେ । ଶିରିଣି ତିଆରି ହୋଇଗଲା । 

No comments:

Post a Comment