କୋଟି ଜନତାରେ ଦେଇଛି ଶପଥ
ବୈକୁଣ୍ଠନାଥ ପଟ୍ଟନାୟକ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ବାଜି ରାଉତ ଜାତି ମୁକୁଟ ସେ
ତା'ର କଥା ଶୁଣି ତୁ ଯା'
ଢ଼ାଳି ଛାତି ରକତ ବାଜି ଡାକିଛି ଯା'
ତା'ର ଡାକ ଶୁଣି ତୁ ଯା' ।
କୋଟି ଜନତାରେ ଦେଇଛି ଶପଥ
ରକତ ବଦଳେ ହୁଅରେ ମୁକତ
ଶପଥ ଦେଇଛି ବାଜି
ନିକାଲରେ ସବୁ ପାଜି
କାରାର ପ୍ରାଚୀର ଭାଙ୍ଗି
ଶୋଷଣର ଯେତେ ଫନ୍ଦି
ଯେତେ ଜାଲ ଜୁଆଚୋର ।
ସରି ନାହିଁ ଯୁଦ୍ଧ ଫେରି ନାହିଁ ଅରି
ଡାକି ଯ।ଇଅଛି ବାଜି ରଣ ଭେରୀ
ବାଜି ରଣ ଭେରୀ ଯାଇଅଛି ଡାକି
ବିଜୟ ହୋଇନି ଆଉ ଅଛି ବାକି
ବାଜି ଡାକ ଶୁଣି ଆସରେ ବାହାରି
ଦଳିତ ଶୋଷିତ କୋଟି ମୁଠା ତୋଳି ।
ଯାଇଅଛି ଡାକି ବାଜି
ଦିଅରେ କଳଙ୍କ ମାଜି
ଦିଅରେ ଶୃଙ୍ଖଳ ଭାଜି
ଉଠ, ଉଠ, ଉଠ ଆଜି
ଶତ ବାଜି ଉଠ ଗର୍ଜି ।
No comments:
Post a Comment