ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ତୃତୀୟା ବଲ୍ଲୀ : ମନ୍ତ୍ର ୧୨
![]() |
ଇଶ୍ୱରଙ୍କର ୯୯ ନାମ ଚୀନର ସିନି ଲିପିରେ ଲିଖିତ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଅଜ୍ଞେୟ ଯେ ମନ ବାକ୍ୟ ଇନ୍ଦ୍ରିୟ ସଞ୍ଜୋଗେ
ଗୋଚର କେବଳ ହୃଦେ ଜ୍ଞାନ ଧ୍ୟାନ ଯୋଗେ ।
ଆସ୍ତିକ ବିଶ୍ୱାସୀ ଗୁରୁ ବିନା କିଏ ଆନ
ଦେଇପାରେ ସେ ଅନାଦି ବ୍ରହ୍ମତତ୍ତ୍ୱ ଜ୍ଞାନ ?
ପାଷାଣ୍ଡ ନାସ୍ତିକ ଗଣ ବ୍ରହ୍ମେ ଅବିଶ୍ୱାସୀ
ଦୂରେ ତାଙ୍କ ସଙ୍ଗ ତେଜ ଅମୃତ ପ୍ରୟାସୀ ।
ନିର୍ଗୁଣ ସଗୁଣ ଆତ୍ମା ଉଭୟ ପ୍ରକାର
ସଗୁଣ ଉପାଧି ବଶେ ସୃଷ୍ଟି ଏ ସଂସାର ।
ବିନା କାରଣରେ କାହିଁ କାର୍ଯ୍ୟର ଉଦ୍ଭବ ?
ଆତ୍ମା ବିନା ଏ ସଂସାର ସୃଷ୍ଟି ଅସମ୍ଭବ । (ନ.ଉ. ୨।୩।୩୯)
No comments:
Post a Comment