Friday, July 07, 2017

ଚିଲିକାର ବିଭବ - ୭


ଦୁର୍ଗାଚରଣ ପଣ୍ଡା



ଚିଲିକା ଷ୍ଟେସନ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

୮ ଚିଲିକା କୂଳେ ବିଜ୍ଞାନାଗାର 


ଏ ବିଜ୍ଞାନ ଯୁଗରେ ଭାରତର ଅନ୍ୟ ସବୁ ପ୍ରାଦେଶିକ ସରକାର ନିଜ ନିଜ ଅଞ୍ଚଳରେ ବିଦ୍ୟୁତ ସାହାଯ୍ୟରେ ବହୁତ କାରଖାନା ଖୋଲିଛନ୍ତି କିନ୍ତୁ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ନୀରବ ଅଛନ୍ତି ।

ଯୁଦ୍ଧୋତ୍ତର ପୁନର୍ଗଠନ କାର୍ଯ୍ୟନେଇ ଆମ ସରକାର ଏଇ ଚିଲିକା କୂଳରେ କେତୋଟି କାରଖାନା କରିବା ଆଶା କରାଯାଏ । ତନ୍ମଧ୍ୟରୁ ଗୋଟିଏ ବଡ଼ ଦରର 'ବରଫକଳ' ଏବଂ ମାଛକୁ ସିଦ୍ଧକରି ବାଷ୍ପଶୂନ୍ୟ ଟିଣରେ ରଖିବାପାଇଁ ଆବଶ୍ୟକୀୟ ଯନ୍ତ୍ର ସ୍ଥାପନ ପ୍ରଧାନ ହେବା ଦରକାର, ମାଛ ବିଦେଶକୁ ପଠାଇବା ପାଇଁ ପ୍ରଚୂର ବରଫ ଦରକାର । ଏକ୍ଷଣି କାଳୁପଡ଼ା ନାମକ ସ୍ଥାନରେ ଗୋଟିଏ ବରଫ କଳ ଅଛି କିନ୍ତୁଏଠାରେ ଅତିକମ୍ ପରିମାଣ ତିଆରି ହୁଏ । ମାଛକୁ ଶୁଖୁଆ କରିବା ଏବଂ ଗ୍ରୀଷ୍ମ ଦିନରେ ଯେଉଁ ଚିଙ୍ଗୁଡ଼ି ମିଳେ ତାହାକୁ ସିଦ୍ଧକରି ତହିଁରୁ ରସ ବାହାରକରିବାପାଇଁ କେତେକ ଯନ୍ତ୍ରପାତି ଦରକାର, ଏହି ରସ ବ୍ରହ୍ମଦେଶ ବାସୀଙ୍କପାଇଁ ରପ୍ତାନୀ ହୁଏ ।

ଏ ପର୍ଯ୍ୟନ୍ତ କେବଳ କଳେ ବଳେ କୌଶଳେ ଚିଲିକାରୁ ମାଛ ଧରି ତାକୁ ଖାଇବା ଓ ବିକ୍ରିକରିବା ବ୍ୟତିତ ଏହି ମାଛର ପରିମାଣ କିପରି ବୃଦ୍ଧିହେବ ସେ ଦିଗରେ କେହିହେଲେ ଯତ୍ନବାନ କରିନାହାନ୍ତି । ମାଛ ଛାଣି ନେବା ସଙ୍ଗେ ସଙ୍ଗେ ଏଠାର ଜଳବାୟୁରେ ଅଧିକ ପରିମାଣ ମାଛ କିପରି ଜାତହେବ ସେ ଦିଗରେ ମଧ୍ୟ ଆୟୋଜନ କରିବାକୁ ହେବ ---ତା' ନହେଲେ କ୍ରମେ ଚିଲିକାରୁ ମାଛ ପରିମାଣ କମିଯିବା ଅସମ୍ଭବ ନୁହେଁ । ଏଣୁ ନିକଟରେ ଏଠାରେ [ବାଲୁଗାଁ] ଗୋଟିଏ ବିଜ୍ଞାନାଗାର ଖୋଲାଯାଇ ଚିଲିକାର ମତ୍ସଶିଳ୍ପ ଉନ୍ନତ କରାଯିବା ଯୋଗାଡ଼ ଚାଲିଛି । (କ୍ରମଶଃ)

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

No comments:

Post a Comment