ଇଲିଶି ଶୁଖୁଆ
![]() |
ଇଲିଶି ମାଛ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍) |
ସାମଗ୍ରୀ
ଆଠ ଖଣ୍ଡ କଟା ଇଲିଶି ଶୁଖୁଆ (ପାଖାପାଖି ୫୦୦ ଗ୍ରାମ), ତେଲ ଛଅ ଟେବୁଲ ଚାମଚ (୬୦ ଗ୍ରାମ), ତିନି ଚାହା ଚାମଚ ହଳଦି ଗୁଣ୍ଡ ରସୁଣ ୧୨ କୋଲା, ତିନି ଚାମଚ ସୋରିଷ, ଦୁଇଟି ବଡ଼ କଞ୍ଚା ଲଙ୍କା, ଜିରା ଚାରି ଚାହା ଚାମଚ, ଅଧା ଲେମ୍ବୁର ରସ ।
ପ୍ରଣାଳୀ
ଶୁଖୁଆରୁ କାତି ଛଡ଼ାନ୍ତୁ । ଗୋଟିଏ ଲିଟର ପାଣି ନଖଉଷୁମ ଗରମ କରନ୍ତୁ । କାତି ଛଡ଼ା ଇଲିଶି ଶୁଖୁଆକୁ ଏହି ନଖ ଉଷୁମ ପାଣିରେ ଧୁଅନ୍ତୁ । ଚାରି ପାଞ୍ଚ ଥର ଭଲ କରି ଧୋଇ ଲୁଣ ଯଥାସମ୍ଭବ ବାହାର କରିଦେବେ । ହଳଦିଗୁଣ୍ଡକୁ ଏହି ଶୁଖୁଆ ସହ ଗୋଳାଇ ଦେବେ । ଏହା ପରେ ହଳଦୀ ଗୋଳା ମାଛକୁ ତେଲ ଦେଇ ଧୀର ଜାଳରେ ପଲମରେ ଭାଜି ମାଛଖଣ୍ଡ ବାଦାମି ରଙ୍ଗ ହୋଇଗଲେ କାଢ଼ି ଦିଅନ୍ତୁ । ରସୁଣ, ସୋରିଷ, ଜୀରା ଓ ଲଙ୍କାକୁ ବାଟନ୍ତୁ । ଏହି ମସଲାରେ ପ୍ରତି ଖଣ୍ଡ ମାଛକୁ ବୁଡ଼ାଇ, ପଲମରେ ଧୀର ନିଆଁରେ, ଅଳପ ତେଲ ଦେଇ ପାଞ୍ଚ ମିନିଟ ଭାଜନ୍ତୁ । ଲୁଣ ପକାଇବା ଆଦୌ ଆବଶ୍ୟକ ନାହିଁ । ଭାଜୁଥିବା ଅବସ୍ଥାରେ ଓହ୍ଲାଇବାର ଦୁଇ ମିନିଟ ଆଗରୁ ଲେମ୍ବୁ ରସ ଦେବେ । ଗରମ ଥିଲା ବେଳେ ଖାଇଲେ ଭଲ ।
No comments:
Post a Comment