Thursday, July 13, 2017

ଦଳିତ ଲୋକଗୀତ - 'ଆମ୍ବ ପାଚିଆଏ ଥୋଇଚି'


ସଙ୍ଗ୍ରାହକ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା


ମାଇକେଲ ବୋୟମ୍ କୃତ ଆମ୍ବର ଛବି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଯେତେ ଆମ୍ବ ଗୋଟେଇଚି
ପାଛିଆରେ ଅଛି
ରଖିଚି ରଖିଚି ।

ଏଇଟା ମଣିଷ ମୁଣ୍ଡିଆ 
ଏଇଟା କଖାରୁଆ ।
ଏଇଟା ସୁନ୍ଦରିଆ ।

ଏଇଟା ନମ୍ବୁରି ।
ଏଇଟା ଛୋଟ ଗୁଡ଼ୁରି ।

ଏଇଟା ବେଲ ପତରିଆ ।
ଏଇଟା ରସୁଣିଆ ।

ଏଇଟା ହଳଦିଆ ।
ଏଇଟା ଅଦା ସୁଆଦିଆ ।

ଏଇଟା ଆଇଁଷିଣିଆ ।
ଏଇଟା ଚୁଚୁମିଆ ।

ଏଇଟା ଚେରୁଆ ।
ଏଇଟା ମାଉଁସିଆ ।

ଏଇଟା କାକୁଡ଼ିଆ 
ଏଇଟା କଞ୍ଚାଖାଇ ।
ଏଇଟା କୋଇଲି ପାଡ଼ରା ।
ଏଇଟା ଭୂତଖିଆ ।

ଉତ୍ସ - ଶ୍ରୀ କାର୍ତ୍ତିକ ଚନ୍ଦ୍ର ଜେନା କୃତ 'ଦଳିତ ଲୋକ ଗୀତ। ୨୦୧୩ । ପ୍ରକାଶକ, ଇଟାପଡ଼ିଆରଘୁନାଥପୁରରମାହାଙ୍ଗା କଟକର 'ତଫସିଲପ୍ରକାଶନ ସଂସ୍ଥା । 

No comments:

Post a Comment