Sunday, July 16, 2017

ପର୍ବତରେ ଧର୍ମୋପଦେଶ - ୧୯


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ



ଜେଫଥାଙ୍କର ପୁତ୍ରୀଙ୍କର ବିଳାପ : ମାଚିଜୋସ୍କି ବାଇବେଲର ଅଳଙ୍କରଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଯୀଶୁ ସେଠାରୁ ଚାଲି ଯିବାବେଳେ ଦୁଇ ଜଣ ଅନ୍ଧ ତାଙ୍କ ପଛେ ଚାଲି ଉଚ୍ଚସ୍ୱରରେ ଡାକି କହିଲେ, ହେ ଦାଉଦ-ସନ୍ତାନ, ଆମ୍ଭମାନଙ୍କ ପ୍ରତି ଦୟାକରନ୍ତୁ । ଯୀଶୁ ଘର ଭିତରେ ପ୍ରବେଶ କରନ୍ତେ ସେହି ଦୁଇ ଅନ୍ଧ ଲୋକ ତାଙ୍କ ନିକଟକୁ ଆସିଲେ । ତହୁଁ ଯୀଶୁ ସେମାନଙ୍କୁ ପଚାରିଲେ, ଏହି କର୍ମ କରିବାକୁ ଆମ୍ଭର ସାମର୍ଥ୍ୟ ଅଛି, ତୁମ୍ଭେମାନେ କି ଏହା ବିଶ୍ୱାସ କର ? ସେମାନେ ଉତ୍ତର କଲେ, ହଁ ପ୍ରଭୋ ! ଏଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, ତୁମ୍ଭମାନଙ୍କ ବିଶ୍ୱାସ ପ୍ରମାଣେ ତୁମ୍ଭମାନଙ୍କୁ ଘଟୁ । ସେହିକ୍ଷଣି ସେମାନଙ୍କର ଆଖି ଖୋଲି ଗଲା । ତହୁଁ ଯୀଶୁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ଦେଖ, ଏ ବିଷୟ ଯେମନ୍ତ କେହି ନ ଜାଣେ । ମାତ୍ର ସେମାନେ ପ୍ରସ୍ଥାନ କରି ସେହି ଦେଶର ସବୁଠାରେ ତାହାଙ୍କର କୀର୍ତ୍ତି ପ୍ରକାଶ କଲେ । ସେମାନେ ବାହାରି ଯାଉଛନ୍ତି, ଦେଖ, ଲୋକମାନେ ଜଣେ ଭୂତଗ୍ରସ୍ତ ଘୁଙ୍ଗା ମନୁଷ୍ୟକୁ ତାଙ୍କ ପାଖକୁ ଆଣିଲେ । ତହିଁରେ ଭୂତ ଛଡ଼ାଯାନ୍ତେ ସେ ଘୁଙ୍ଗା କଥା କହିଲା; ପୁଣି ସବୁ ଲୋକ ଆଶ୍ଚର୍ଯ୍ୟ ମଣି କହିଲେ, ଇଶ୍ରାୟେଲ ମଧ୍ୟରେ ଏପରି କେବେହେଁ ଦେଖା ଯାଇ ନାହିଁ । ମାତ୍ର ଫାରୁଶିମାନେ କହିଲେ, ସେ ଭୂତମାନଙ୍କ ଅଧିପତି ଦ୍ୱାରା ଭୂତଗଣଙ୍କୁ ଛଡ଼ାଏ । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

No comments:

Post a Comment