Tuesday, July 04, 2017

ମହିମା ଭକ୍ତି କବିତା - 'କର ହେ ସତ୍ୟବଚନ'


ସନ୍ଥ କବି - ଭୀମ ଭୋଇ 


ପଞ୍ଜାବର ଗ୍ରାମାଞ୍ଚଳରେ ଏକ ଦରଜା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କର ହେ ସତ୍ୟବଚନ
ଭବୁ ନିସ୍ତରିବ ଯେବେ ସୁଜ୍ଞାନୀଜନ । ଘୋଷା ।

ସତ୍ୟ ତାରୁଅଛି ସତ୍ୟ ମାରୁଅଛି ସତ୍ୟ ଧାରଣ କାରଣ
ସତ୍ୟକୁ ତତ୍ତ୍ୱରେ ଧରି ଜ୍ଞାନୀଜନ ହେଉଛନ୍ତି ଉଦ୍ଧାରଣ ।୧।

ନାମଟି ଦୁଆରି ନାମଟି ପାହାରି ନାମଟି ଧର୍ମ ଧାରଣ
ଉଜାଗରେ ଅଛି ଆସୁଛି ଯାଉଛି କରିଛି ସେହି ରକ୍ଷଣ ।୨।

ଅଷ୍ଟ ସଖାଗଣ ଅଷ୍ଟନାରାୟଣ ଅଷ୍ଟଜ୍ୟୋତି ସାଧୁଜନ
ଅଷ୍ଟ ମେରୁ ଶିଖେ ଯୋଗୀ ଧୂନି ମଠ ଅରୂପ ମଣ୍ଡଳେ ଧ୍ୟାନ ।୩।

ମହା ଶୂନ୍ୟ ଶୂନ୍ୟ କିଛି ନାହିଁ ଜାଣ ବ୍ରହ୍ମଟି ସାର ନିର୍ଗୁଣ
ନାହିଁ ରୂପରେଖ ଅରୂପ ଶରୀର ଜ୍ଞାନ ନୟନରେ ଚିହ୍ନ ।୪।

ଅରୂପକୁ ଖୋଜ ଶକ୍ତି ଥିଲେ ଭଜ ଭକ୍ତିରେ କର ବନ୍ଧନ
ବେଳ ଥାଉଁ ବସା ଘରେ କରି ଆଶା ସରି ଯାଉଅଛି ଦିନ ।୫।

ଏ ସକଳ ମିଥ୍ୟା ସବୁ ଅଟେ ବୃଥା ନ ସାଧ ମନ ପବନ
ଭଣେ ଭୀମ ହୀନ ପାମର ଅଜ୍ଞାନ ଧର ଅଭୟ ଚରଣ ।୬।

No comments:

Post a Comment