Tuesday, July 18, 2017

କଲରାପତ୍ର ଭଜା


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସାମଗ୍ରୀ 

ତିରିଶଟି କଲରା ପତ୍ର, ଅଧ କପ ବେସନ, ଅଧ କପ ଚାଉଳ ଚୁନା, ଦଶ କୋଲା ରସୁଣ, ଅଧ ଚାମଚ ହଳଦୀ ଗୁଣ୍ଡ, ଅଧ ଚାମଚ ଜୀରା ଗୁଣ୍ଡ, ଗୋଟିଏ ଚାମଚ ଗୋଲମରିଚ ଗୁଣ୍ଡ, ଏକ ଚାମଚ ଫୁଟଣ, ସୁଆଦ ଅନୁସାରେ ଲୁଣ, ଭାଜିବା ପାଇଁ ଆବଶ୍ୟକୀୟ ପରିମାଣରେ ସୋରିଷ ତେଲ ।

ପ୍ରଣାଳୀ  


କଲରାପତ୍ରରୁ ଡେମ୍ଫ ଛିଣ୍ଡାଇ ଭଲ ଭାବେ ଧୋଇ ଛାଣି କରି ରଖ । ଚୋପା ଛଡ଼ା ରସୁଣକୁ ଛେଚି ରଖ । ବେସନ, ଚାଉଳଗୁଣ୍ଡ, ରସୁଣ ଥେଚା, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ, ଲୋଗମରିଚ ଗୁଣ୍ଡ, ଲୁଣକୁ ମିଶାଇ ପାଣି ପକାନ୍ତୁ । ଅଳ୍ପ ଅଳ୍ପ ପାଣି ପକାଇ, ଭଲ ଭାବେ ଗୋଳାଇ ବହଳିଆ ଆଣ ତିଆରି କରନ୍ତୁ । ପଲମକୁ ଚୁଲୀରେ ବସାନ୍ତୁ । ଅଳପ ତେଲ ପକାଇ ଗରମ କରନ୍ତୁ । ଧୀର ଆଞ୍ଚ ବ୍ୟବହାର କରିବେ । ତେଲ ଗରମ ହେଲେ ଫୁଟଣ ପକାଇବେ । ଫୁଟଣ ଫୁଟିବାକୁ ଆରମ୍ଭ କଲେ ତିନି ଚାରଟି ଲେଖାଏ କଲରା ପତ୍ରକୁ ଆଣରେ ବୁଡ଼ାଇ ପଲମରେ ଧୀର ଆଞ୍ଚରେ ଭାଜନ୍ତୁ ।

No comments:

Post a Comment