Tuesday, December 01, 2015

ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ




ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ପ୍ରଥମ ପ୍ରକାଶ – ୧୮୮୭



ଦ୍ୱିତୀୟ ଅଧ୍ୟାୟ - ଶ୍ଲୋକ ୨୭ - ୩୪


ଶ୍ରୀ ଭଗବାନୁବାଚ 


ଜାତସ୍ୟ ହି ଧୃବୋମୃତ୍ୟୁର୍ଧୃବଂ ଜନ୍ମ ମୃତ୍ୟୁସ୍ୟ ଚ ।
ତସ୍ମାଦପରିହାର୍ୟେଽର୍ଥ ନ ତ୍ୱଂ ଶୋଚିତୁମର୍ହସି । ୨୭ । 

ଯେ ଲୋକ ଲଭଇ ଜନ୍ମ ଅବଶ୍ୟ ସେ ମରେ । ମୃତ ଲୋକ ଦେହ କୃତଫଳ ଭୋଗ କରେ ।।
ଯେଉଁ କଥା କେଭେଁ ହେବ ନାହିଁ ନିବାରଣ । ତହିଁ ପାଇଁ ପାର୍ଥ ଚିନ୍ତା କରକି କାରଣ । ୨୭ ।

ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ । 
ଅବ୍ୟକ୍ତନିଧନାନ୍ୟେବ ତତ୍ର କା ଦରିଦେବନା । ୨୮ ।

ହେ ଭାରତ ଭୂତଗଣ ଉତପତ୍ତି ପୂର୍ବେ । ଅବ୍ୟକ୍ତ ଯେ ଥିଲା ଏହା ଜାଣନ୍ତି ସରବେ ।।
ମଧ୍ୟ କେତେ ଦିନ ପାଇଁ ସେହି ଭୂତଗଣ । ସଞ୍ଚରିଲେ ପୃଥିବୀରେ ଏହା ତୁମ୍ଭେ ଜାଣ ।।
ଯେଉଁ କାଳେ ସେହିମାନେ ବିନାଶ ଭଜିବେ । ଅବ୍ୟକ୍ତ ହୋଇବେ ପୁଣ ଯଥା ଥିଲେ ପୂର୍ବେ ।।
ଏହି ହେତୁ କହୁଅଛି ଆହେ ଧନଞ୍ଜୟ । ବୃଥା ଚିନ୍ତା କରିବାର ନୁହେଁ ଏ ବିଷୟ । ୨୮ ।

ଆଶ୍ଚର୍ଯ୍ୟବତ୍ ପଶ୍ୟତି କଶ୍ଚିଦେନ ମାଶ୍ଚର୍ଯ୍ୟବଦ୍ ବଦତି ତଥୈବ ଚାନ୍ୟଃ ।
ଆଶ୍ଚର୍ୟବଚ୍ଚୈମନ୍ୟଃ ଶୃଣୋତି ଶୃତ୍ୱାପ୍ୟେନଂ ବେଦ ନ ଚୈବ କଶ୍ଚିତ୍ । ୨୯ ।

ଦେହୀ ନିତ୍ୟମବଧ୍ୟୋଽୟଂ ଦେହେ ସର୍ବସ୍ୟ ଭାରତ ।
ତସ୍ମାତ୍ ସର୍ବାଣି ଭୂତାନି ନ ତ୍ୱଂ ଶୋଚିତୁମର୍ହସି । ୩୦।

ଅବିନାଶ ରୂପେ ଆତ୍ମା ଦେହେ ବାସ କରେ । ତେଣୁ କିଆଁ ଆହେ ପାର୍ଥ ଚିନ୍ତା ଏ କଥାରେ ।୩୦।

ସ୍ୱଧର୍ମମପିଚାବେକ୍ଷ୍ୟ ନ ବିକମ୍ପିତୁମର୍ହସି ।
ଧର୍ମାଦ୍ଧି ୟୁଦ୍ଧାଚ୍ଛ୍ରେୟୋଽନ୍ୟତ୍ କ୍ଷତ୍ରିୟସ୍ୟ ନ ବିଦ୍ୟତେ । ୩୧।

କ୍ଷତ୍ରିୟ ଧର୍ମକୁ ଯେବେ କର ଦୃଷ୍ଟିପାତ । ତେବେ ହେବ ନାହିଁ କେଭେ ଭୀତ ବା କମ୍ପିତ ।।
କ୍ଷତ୍ରିୟ ମାନଙ୍କ ଯେଣୁ ନାହିଁ ଗତି ଆନ । ଧର୍ମ ଯୁଦ୍ଧ ବିନା ସ୍ୱର୍ଗ ଲାଭର କାରଣ । ୩୧।

ଯଦୃଚ୍ଛୟା ଚୋପପନ୍ନଂ ସ୍ୱର୍ଗଦ୍ୱାରମପାବୃତମ୍ ।
ସୁଖିନଃ କ୍ଷତ୍ରିୟାଃ ପାର୍ଥ ଲଭନ୍ତେ ଯୁଦ୍ଧମୀଦୃଶମ୍ । ୩୨। 

ଆପଣ ଇଚ୍ଛାରେ ଉପସ୍ଥିତ କ୍ଷତ୍ରିମାନେ । ଅନାବୃତ ସ୍ୱର୍ଗଦ୍ୱାର ସମର ଅଙ୍ଗଣେ ।।
ଏମନ୍ତ ସମର ହୁଏ ଯେଉଁ ବୀର ପ୍ରାପ୍ତ । ଜଗତ ମଧ୍ୟରେ ସେହି ସୁଖୀ ଆହେ ପାର୍ଥ । ୩୨।

ଅଥଚେତ୍ତ୍ୱମିମଂ ଧର୍ମଂ ସଙ୍ଗ୍ରାମଂ ନ କରିଷ୍ୟସି ।
ତତଃ ସ୍ୱଧର୍ମଂ କୀର୍ତ୍ତିଞ୍ଚହିତ୍ୱା ପାପମାବାପ୍ସ୍ୟସି । ୩୩।

ସ୍ୱଇଚ୍ଛାରେ ଯଦି ହେବ ଧର୍ମ ଯୁଦ୍ଧ ତ୍ୟାଗୀ । ଧର୍ମ କୀର୍ତ୍ତି ତ୍ୟାଗ କରି ହେବ ପାପଭାଗୀ । ୩୩।

ଅକୀର୍ତ୍ତିଞ୍ଚାପି ଭୂତାନି କଥୟିଷ୍ୟନ୍ତି ତେଽବ୍ୟୟାମ । 
ସମ୍ଭାବିତସ୍ୟ ଚାକୀର୍ତ୍ତିର୍ମରଣାଦତିରିଚ୍ୟତେ । ୩୪।

ହେବଟି ଜଗତେ ତୁମ୍ଭ ଅକୀର୍ତ୍ତି ରଚନା । ମୃତ୍ୟୁଠାରୁ ଅପଯଶ ବିଷମ ଯନ୍ତ୍ରଣା । ୩୪ ।

No comments:

Post a Comment