ବିରି ଚକୁଳି
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ସାମଗ୍ରୀ
୨୫୦ ଗ୍ରାମ୍ ବିରି ଜାଇ, ଅଧ କିଲ ଅରୁଆ ଚାଉଳ, ସୁଆଦ ଅନୁସାରେ ଲୁଣ, ଆବଶ୍ୟକ ଅନୁସାରେ ଲୁଣ ।
ପ୍ରଣାଳୀ
ବିରିକୁ ବତୁରାଇ ଚୋପା ଛଡାଇ ଚିକ୍କଣ କରି ବାଟି ଦିଅନ୍ତୁ । ଚାଉଳକୁ ଭିଜାଇ ଅଲଗା ବାଟି ରଖନ୍ତୁ । ବିରି ଫେଣାଇ ସାରିଲା ପରେ ଚାଉଳ ବଟା ସେଥିରେ ମିଶାଇ ଦିଅନ୍ତୁ । ଲୁଣ ପକାଇ କିଛି ସମୟ ଗୋଳାଇ ଘୋଡାଇ କରି ତିନି ଚାରି ଘଣ୍ଟା ରଖିଦିଅ ।
ପଲମରେ ତେଲ ଘସି ଏହି ବଟା ସୋଦୁଅରୁ କରଚୁଲିଏ ନେଇ ପକାଇ ଗୋଲ କରି ବଡ ଆକାର କରି ଦିଅ । ଧୀମା ଆଞ୍ଚରେ କଲେ ଚକୁଳି ନରମ ରହେ । ତେଲ କମ୍ ଦେବାକୁ ଚାହିଁଲେ ଗୋଟିଏ ବାଇଗଣ ଭୁଣ୍ଡିକୁ ତେଲ ଗିନାରେ ବୁଡାଇ ଆଣି ତାୱାରେ ଘସି ଚକୁଳି ଧିମା ଆଞ୍ଚରେ କଲେ ତାହା ସଫା ଦେଖାଯାଏ ଓ ନରମ ଲାଗେ ।
No comments:
Post a Comment