Monday, December 07, 2015

ଉପଦେଶ ସାର ଶ୍ଲୋକ - ୧୬, ୧୭, ୧୮



ଶ୍ଲୋକ - ୧୬


ଦୃଶ୍ୟବାରିତଂ ଚିତ୍ତମାତ୍ମନଃ ।
ଚିତ୍ତ୍ୱଦର୍ଶନଂ ତତ୍ତ୍ୱଦର୍ଶନମ୍ ।୧୬।

ପଦ ଚ୍ଛେଦ


ଦୃଶ୍ୟବାରିତଂ - ଦୃଶ୍ୟ ବା ବିଷୟ ଚିନ୍ତାରୁ ବାରିତ ବା ନିବୃତ୍ତ
ଚିତ୍ତମ୍ - ମନ
ଆତ୍ମନଃ - ନିଜର
ଚିତ୍ତ୍ୱ - ଚୈତନ୍ୟ ସ୍ୱରୂପ 
ଦର୍ଶନମ୍ - ଦର୍ଶନ 
ତତ୍ତ୍ୱଦର୍ଶନମ୍ - ତତ୍ତ୍ୱଦର୍ଶନ 

ପଦ୍ୟାନୁବାଦ


ବିଷୟ ଜଗତରୁ ମନ 
ଯେବେ ସେ ହୁଅଇ ବାରଣ । 
ଚୈତନ୍ୟ ସ୍ୱରୂପ ଦର୍ଶନ 
ତାହା ହିଁ ତତ୍ତ୍ୱ ବୋଲି ଜାଣ । ୧୬।

ଶ୍ଲୋକ - ୧୭


 ମାନସଂ ତୁ କିଂ ମାର୍ଗେଣ କୃତେ ।
ନୈବ ମାନସଂ ମାର୍ଗ ଆର୍ଜବାତ୍ । ୧୭।

ପଦ ଚ୍ଛେଦ


ମାନସମ୍ - ମନ 
ତୁ - କିନ୍ତୁ
କିମ୍ - କଅଣ
ମାର୍ଗେଣ - ମାର୍ଗରେ 
ନୈବ - ନାହିଁ 
 ମାନସମ୍ - ମନ
ମାର୍ଗ - ଏହି ମାର୍ଗରେ 
ଆର୍ଜବାତ୍ - ସରଳତା

ପଦ୍ୟାନୁବାଦ


ମନଟି କି ଜାତି ପଦାର୍ଥ ।

ଏହି ବିଚାରୁ ଜ୍ଞାନ ଜାତ  ।।
ମନର ସ୍ଥିତି କିଛି ନାହିଁ ।
ସରଳ ମାର୍ଗ ଅଟେ ଏହି । ୧୭ ।

ଶ୍ଲୋକ - ୧୮


ବୃତ୍ତୟସ୍ତ୍ୱହଂ ବୃତ୍ତିମାଶ୍ରିତାଃ ।
ବୃତ୍ତୟୋର୍ମନୋ ବିଦ୍ଧ୍ୟହଂ ମନଃ । ୧୮।

ପଦ ଚ୍ଛେଦ


ବୃତ୍ତୟଃ - ବୃତ୍ତି ବା ଚିନ୍ତା ଗୁଡିକ 
ତୁ - କିନ୍ତୁ 
ଅହଂ - ମୁ କାର
ବୃତ୍ତି - ବୃତ୍ତି 
ବୃତ୍ତୟଃ - ବୃତ୍ତିଗୁଡିକ 
ମନଃ - ମନ 
ବିଦ୍ଧି - ଜାଣ 
ଅହମ୍ - ମୁଁ କାର 
ମନଃ - ମନ

ପଦ୍ୟାନୁବାଦ


ମନ ହିଁ ପ୍ରବାହ ଚିନ୍ତାର ।

ମୁଁକାର ଚିନ୍ତାର ଆଧାର ।।
ମୁଁ କାର ମନ ବୋଲି ଜାଣ ।
କହନ୍ତି ମହର୍ଷି ରମଣ । ୧୮।  

No comments:

Post a Comment