ଗୁଲଜାର୍ ଙ୍କର କବିତା - 'କବିତା'
ଅନୁବାଦ - ଶ୍ରୀ ଭରଦ୍ୱାଜ ପଣ୍ଡା (ଜୁଲୁ)
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
କବିତା ଛନ୍ଦି ହୋଇ ଯାଇଛି ଛାତିରେ
ପଂକ୍ତି ସବୁ ଅଟକି ଯାଇଛନ୍ତି ଓଠରେ ।
ଶବ୍ଦ କାଗଜରେ ରହୁନାହାନ୍ତି
ଉଡ଼ିବୁଲୁଛନ୍ତି ପ୍ରଜାପତି ପରି ।
କେତେବେଳୁ ବସିଛି ମୁଁ 'ପ୍ରାଣପ୍ରିୟା'
ସାଦା କାଗଜରେ ନାଁ ତୋର ଲେଖିକରି ।
ନାଁଟା ତୋର ସ୍ୱୟଂସମ୍ପୂର୍ଣ୍ଣ
ତୋ ଠୁ ଭଲ କବିତା ଆଉ କ'ଣ ।
No comments:
Post a Comment