ଚିଙ୍ଗୁଡି ମାଛ
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ସାମଗ୍ରୀ
୩୦୦ ଗ୍ରାମ୍ ମଧ୍ୟମ ଧରଣର ଚିଙ୍ଗୁଡି ମାଛ, ବିଲାତି ବାଇଗଣ ଦୁଇଟା, ଏକ ଚାମଚ ହଳଦୀ ଗୁଣ୍ଡ, ଚୁନ୍ ଚୁନ୍ କଟା ହୋଇଥିବା ଗୋଟିଏ ପିଆଜ, ପାଞ୍ଚ କୋଲା ରସୁଣ କଟା ।
ବଟା ମସଲା ପାଇଁ - ଏକ ଚାମଚ ଧନିଆ, ୧୦ଟି ଗୋଲମରିଚ, ଏକ ଚାମଚ ପୋସ୍ତ, ଚାରିଟି ଲବଙ୍ଗ, ବଡ ଡାଲିଚିନି ଖଣ୍ଡେ, ଦୁଇଟା ବଡ ଅଳେଇଚ । ଏଗୁଡିକୁ ଭାଜି ବାଟିଦିଅ ।
ପ୍ରଣାଳୀ
ଚୁଙ୍ଗୁଡି ମାଛର ମୁଣ୍ଡ, ଲାଞ୍ଜ, ଗୋଡ ଓ ଉପର ଚୋପା ଛଡାଇ ଦୁଇ ତିନିଖଣ଼୍ଡ କରି କାଟି ଭଳ ଭାବେ ଧୋଇ ପରିସ୍କାର କରନ୍ତୁ । ରସୁଣ, ପିଆଜ ଓ ଟମୋଟୋକୁ ଛୋଟ ଛୋଟ କରି କାଟନ୍ତୁ । ଆଞ୍ଚରେ କରେଇ ବସେଇ ଦୁଇ କପ୍ ପାଣି ଦିଅନ୍ତୁ । ସେଇ ପାଣିରେ ଲୁଣ, ହଳଦୀଗୁଣ୍ଡ. ବିଲାତି କଟା ଓ ପିଆଜ-ରସୁଣ କଟା ଆଦି ପକାଅ । ସେଗୁଡିକ ଫୁଟିଲେ ଚିଙ୍ଗୁଡି ଓ ବଟା ମସଲା ଦେଇ କମ୍ ଜାଳରେ ଚିଙ୍ଗୁଡି ସିଝି ନରମ ନ ହେଲା ପର୍ଯ୍ୟନ୍ତ ସିଝାନ୍ତୁ । ତଳକୁ ଓହ୍ଲାଇ ଦିଅନ୍ତୁ ।
No comments:
Post a Comment