ପିଲାଙ୍କ ଗୀତ - ବେଙ୍ଗୁଲୀ ନାନୀ
ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
"ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେଉଁ
ନଇ ବଢି କରି ଭସେଇ ଦେଉଁ ।"
ବେଙ୍ଗୁଲୀ ଅଟୁ ତୁ ଇନ୍ଦ୍ରଘରଣୀ
ଡେଇଁ ଡେଇଁ କରି କାଢୁ ତୁ ପାଣି ।
ବେଙ୍ଗୁଲୀ ନାନୀର ଦେହରେ ଆବୁ
ହଳଦୀ ମାଲପା ଲଗାଉଥିବୁ ।
ଖଉରିଆ ଦେହେ ବେଙ୍ଗୁଲୀ ତୋର
ହଳଦୀ ମାଲପା ନାହିଁକି ତୋର ?
ସାରୁ ଗଛ ମୂଳେ ବେଙ୍ଗୁଲୀ ନାନୀ
ବାହା ହେଉଅଛି ବରଷେ ପାଣି ।
ବେଙ୍ଗୁଲି ନାନୀଟି ଉଞ୍ଚପାଠେଇ
ତଣ୍ଟି ବସିଗଲା ପଖାଳ ଖାଇ ।
* * * * *
ପିଲାଦିନେ ହେଲୁ ଗେଲବସର
ସେଥିପାଇଁ ଫରକଟା ତୋ' ଗୋଡ ।
ବେଙ୍ଗୁଲୀ ନାନୀ ଲୋ ଛାଡୁ ବରଷା
ନଇବଢି କରି ଆଉ ନ ଭସା ।
No comments:
Post a Comment