ପିଲାଙ୍କ ଗୀତ - ନିଦ ମାଉସୀ
ପଲ୍ଲୀ କବି ନନ୍ଦକିଶୋର ବଳ
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ନିଦ ମାଉସୀ, ନିଦ ମାଉସୀ !
ହେମଘରକୁ ତୁ ଆ,
ଆଖି ଦୁଇଟି ବୁଜେଇ ଦେଇ
ଶୋଇ ପକେଇ ଯାଆ !
ଦୋଳି ତୁ ଖେଳାଇବୁ,
ଝୁଲେଇ ଝୁଲେଇ ହେମକୁ ମୋର
ନିଦରେ ହସାଇବୁ ।
ନିଦ ମାଉସୀ, ନିଦ ମାଉସୀ !
ହେମ ପାଖରେ ଥିବୁ,
ଯେତେକ ଯାକ ଭଲ ସପନ
ହେମକୁ ଦେଖାଇବୁ ।
ନିଦ ମାଉସୀ, ନିଦ ମାଉସୀ !
ହେମ ଆଖିରେ ଥିବୁ,
କାଆ କାଆ କରି କାଉ ରାବିଲେ
ଘରକୁ ବାହୁଡିବୁ ।
No comments:
Post a Comment