ଗୁଲଜାର କୃତ କବିତା - କବିର ମୁଁ
ଅନୁବାଦ - ଭରଦ୍ୱାଜ ପଣ୍ଡା
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ନୌକାରେ ବସି ଭାସୁ ଭାସୁ କବିତାଟେ ମୋର ପାଣିରେ ପଡିଗଲା ଓ ଦ୍ରବିଭୂତ ହେଲା ।
କାଗଜ ପୋଷାକ ଥିଲା ତାର, ମୋର ରଚନାକୁ ଢାଙ୍କି ରଖି ପାରିଲାନି ।
ପ୍ରଥମେ କାଳି ଚେଇଁଗଲା ; ତା' ପରେ ଶବ୍ଦ ବତୁରିଲେ
ଓ ଗୋଟେ ଗୋଟି ହୋଇ ବୁଡି ଗଲେ ସବୁ ।
ଖଣ୍ଡିଆ ପଂକ୍ତିମାନଙ୍କର ହିକା କିଛି ବାଟ ଯାଏ ଶୁଣାଗଲା ।
ଆଉ ବଳକା ରହିଯାଇଥିଲେ କିଛି ଅର୍ଥ :
ଶିଉଳି ଭଳି କିଛି ସମୟ ପାଣିରେ ପହଁରିଲେ ;
ତା' ପରେ ଭାସି ଭାସି ଆଖିରୁ ଅଦୃଶ୍ୟ ହୋଇଗଲେ ।
ଡଙ୍ଗାରେ ବସି ଭାସୁ ଭାସୁ କବିତାଟେ ମେର ପାଣିରେ ପଡିଗଲା ।
No comments:
Post a Comment