ଶୁନୁଶୁନିଆ ଶାଗ
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
ସାମଗ୍ରୀ
୨୦୦ ଗ୍ରାମ୍ ଶୁନୁଶୁନିଆ ଶାଗ, ଦୁଇଟି ବାଇଗଣ, ଗୋଟିଏ ଆଳୁ, ବଘାରିବା ପାଇଁ ତେଲ, ଜୀରା ଶୋରିଷରୁ ଏକ ଚାମଚ, ଆଠ କୋଲା ଛେଚା ହୋଇଥିବା ରସୁଣ, କଟା କଞ୍ଚାଲଙ୍କା ଦୁଇଟା ।
ପ୍ରଣାଳୀ
ଶାଗକୁ ଭଲ କରି ବାଛି ଧୋଇକରି କାଟିଦିଅନ୍ତୁ । ଆଳୁରୁ ଚୋପା ଛଡାଇ ଛୋଟ ଛୋଟ କରି ଧୋଇରଖନ୍ତୁ । ବାଇଗଣକୁ ଆଳୁ ପରି ଛୋଟ ଛୋଟ କରି ଖଣ୍ଡ ଖଣ୍ଡ କରି କାଟି ଧୋଇ ଦିଅନ୍ତୁ ।
ଚୁଲୀରେ କରେଇ ବସେଇ ତେଲରେ କଞ୍ଚାଲଙ୍କା, ଫୁଟଣ ଓ ରସୁଣ ଛେଚା ପକାଇ ପରିବା ଓ ଶାଗ ପକାଇଦିଅ । ଲୁଣ ପକାଇ ସେଗୁଡିକୁ ଘାଣ୍ଟି ଦେଇ ଘୋଡାଇ ଧୀର ଜାଳରେ ବସାଅ । କିଛି ସମୟ ପରେ ସେଗୁଡିକୁ ଖେଳେଇ ଦେଇ ଭାଜିଦିଅ । ଆବଶ୍ୟକ ମନେ କଲେ ଆଉ ଦୁଇ ଚାମଚ ତେଲ ପକାଇ ଘାଣ୍ଟି ଚୁଲୀରୁ ଓହ୍ଲାଇ ଦିଅ ।
No comments:
Post a Comment