ସୁଜାତା ଭଟ୍ଟଙ୍କର ଦୁଇଟି କବିତା
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
କବିତା - ୧ : ପଶ୍ଚାତ୍ ଦୃଷ୍ଟି
ଏ ମଧ୍ୟରୁ କେଇଟି କବିତାକୁ
ମୁଁ
ସ୍ନେହ କରେ ;
କାରଣ ଏମାନଙ୍କର ଶବ୍ଦର
ସନ୍ଧିରୁ ଭାସିଆସେ,
ତୁମର ତତ୍କାଳୀନ ଉପସ୍ଥିତର ଗନ୍ଧ ।
![]() |
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ |
କବିତା - ୨ : ହେ !
ଭାରତୀୟ ମନ୍ଦିରଗୁଡିକର
ତୁମେ ନେଇଥିବା ଫଟୋମାନ, ଅସମ୍ପୂର୍ଣ୍ଣ ।
ତାକୁ ଡରୁଥିବା
ବ୍ରାହ୍ମଣ ପିଲା ପଞ୍ଝାଙ୍କ ଉପରେ
ହସୁଥିବା ସେ ଲୋକ ପାଇଁ,
ଯାହାକୁ ମୁଁ ଦେଖେ ସବୁଦିନ ?
ସେ ଖମ୍ବ ପାଖେ ବସୁଥିବା
ଗୋଦରାଟି କାହିଁ,
ଯାହା ପାଖେ ଗଡୁଥାଆନ୍ତି ଦିଅଁଟିମାନ ।
No comments:
Post a Comment