ଡଗର ( ପ୍ରଥମ ବର୍ଷ, ଚତୁର୍ଥ ସଂଖ୍ୟା) ପତ୍ରିକାରୁ ଓଡିଶା ସମାଚାର - ୩
୧୯୩୬ ମସିହା : ୧୩୪୪ ସାଲ, ଆଷାଢ଼ ଶେଷାର୍ଦ୍ଧ
![]() |
ବ୍ରିଟିଶ ସମ୍ରାଟ ଅଷ୍ଟମ ଏଡ଼ୁଆର୍ଡ଼୍ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ନିଆଁ ନାହିଁ । କିନ୍ତୁ ଓଡ଼ିଶା କଂଗ୍ରେସୀ ଏସେମ୍ଲି ସଭ୍ୟଙ୍କ ଭିତରୁ କେତେଜଣ ଅନ୍ୟ ଦଳକୁ ଖସିଯିବେ ବୋଲି ଏକ ଘୋର ଆତଙ୍କ ଧୂଆଁ ଦିଶୁଛି ବୋଲି ଖବରକାଗଜମାନଙ୍କରେ ପ୍ରକାଶ ।
କଟକରେ ଭୟଙ୍କର ବର୍ଷା ହୋଇଛି । ମହାନଦୀ ଓ କାଠଯୋଡ଼ୀର ବନ୍ୟାମାଡ଼ ଆସୁଛି । ରଙ୍ଗେଇଲୁଣ୍ଡାର ଭାରି ହରଷ ।
ଅନ୍ଧାରି ଗଡ଼ଜାତରେ ଆଲୁଅ ଜାଳିବାକୁ ଯାଇଁ ଶ୍ରୀଯୁକ୍ତ ଦୟାନିଧି ଶତପଥି ଗିରଫ ହୋଇଛନ୍ତି ।
ସମ୍ରାଟ ପିତା ତୁଲ୍ୟ । ପିତାଙ୍କୁ ଗାଳିଫଜିତ କରିବାରୁ ପିତା ଏବେ ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିହାରୀଙ୍କୁ ୬ମାସ ପାଇଁ ମାମୁ ଘରକୁ ପଠାଇ ଦେଇଛନ୍ତି ।
ନଇରେ ଘରକରି କୁମ୍ଭୀର ସହିତ କଳି କରିବା ଦୋଷରୁ ଏସେମ୍ଲି ମେମ୍ବର ଚକ୍ରଧର ବେହେରା ଗିରଫ ହୋଇଛନ୍ତି ।
ଭଦ୍ରକକୁ ଶିକ୍ଷା ମନ୍ତ୍ରୀ ଆସିଥିଲେ । ଅଫିସରମାନଙ୍କୁ ସେ ସାଧାରଣ ସେବକ ହୋଇ ସାଧାରଣଙ୍କ ସଙ୍ଗରେ ମିଶିବାକୁ ଉପଦେଶ ଦେଇ ରାବଣ କାନରେ ରାମନାମ କହି ଚାଲିଗଲେ ।
ଅବଳା ଶବ୍ଦ ଅଭିଧାନରୁ ଉଠିଯିବାର ଆନ୍ଦୋଳନ ଚାଲୁଥିବା ବେଳେ ଭଦ୍ରକରେ ଜଣେ ବାଳିକା ଗୋ୪ଟି ବାଳକଙ୍କୁ ସୁଅରେ ଭାଷି ଯାଉଥିବାବେଳେ ରକ୍ଷା କରିଛନ୍ତି ।
ତା୭ରିକ ଜୁଲାଇଦିନ ଗୋପବନ୍ଧୁଙ୍କର ଶ୍ରାଦ୍ଧ ଦିବସ ଉତ୍କଳର ଚାରିଆଡ଼େ ପାଳିତ ହୋଇ ଯାଇଛି ।
ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଖୋଦ ସରକାରଙ୍କ ବିରୁଦ୍ଧରେ ବାକ୍ୟ ବାଣ ପେଶିଥିବାରୁ ୧୨୪ ଧାରା ଅନୁସାରେ ଗିରଉ ହୋଇଛନ୍ତି ।
ସରକାରୀ କମିଟିର ସୁପାରିସରୁ ଅନୁମାନ ହୁଏ, ଓଡ଼ିଶାରେ ବିଶ୍ୱବିଦ୍ୟାଳୟରେ ଅଦୂର ଭବିଷ୍ୟତରେ ହୋଇପାରେ ।
ଓଡ଼ିଶା ଲାଟ ସାହେବ ଜଣାଇଛନ୍ତି ଯେ ଓଡ଼ିଆ ଏସେମ୍ଲି ଏମାସ ୨୮ ତାରିଖରେ ହେବ ।
No comments:
Post a Comment