Friday, December 18, 2015

ନଡ଼ିଆ ଚଟଣି 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସାମଗ୍ରୀ


ଗୋଟା ଫାଳ ନଡ଼ିଆ, ଛୋଟ ଅଦା ଖଣ଼୍ଡେ, ଦୁଇ ତିନିଟି କଞ୍ଚାଲଙ୍କା, ଦୁଇ ଚାମଚ ଗୁଣ୍ଡକରା ଗୁଡ଼, ଦୁଇ ଚାମଚ ଲେମ୍ବୁ ରସ, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ 


ନଡ଼ିଆକୁ କୋରି ଦିଅନ୍ତୁ । ଅଦାକୁ ଚୋପା ଛଡ଼ାଇ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । କରେଇରେ ଅଦା, ନଡ଼ିଆ କୋରାକୁ ଖାଲି ଭାଜି ଦେବେ । ଇଚ୍ଛା କଲେ ତେଲ ଟିକିଏ ପକାଇ ପାରନ୍ତି । ଧୀର ଆଞ୍ଚରେ ଖରଡ଼ି ଖରଡ଼ି ଭାଜିଲେ କୋରା ନଡ଼ିଆରୁ ପାଣି ମରିଯାଏ । ନଡ଼ିଆ ଯେପରି ପୋଡ଼ି ନ ଯାଏ, ସେଥି ପ୍ରତି ସାବଧାନ ଥିବେ । ଭଜା ଥଣ୍ଡା ହେଲେ ଲୁଣ, ଗୁଡ଼, କଞ୍ଚା ଲଙ୍କା ଦେଇ ମିକ୍ସିରେ ଅଳ୍ପ ପାଣି ଦେଇ ଚିକ୍କଣ କରି ବାଟି ଦିଅନ୍ତୁ । ସେଇ ବଟାରେ ଲେମ୍ବୁରସ ଦେଇ ଗୋଳାଇ ଦିଅନ୍ତୁ ।  

ଉତ୍ସ – ଓଡିଶୀ ରନ୍ଧନ କଳା ( ପ୍ରସନ୍ନକୁମାରୀ ଦେବୀ )

No comments:

Post a Comment