Wednesday, December 09, 2015

କଟକ ଅଞ୍ଚଳର ପିଲାଙ୍କ ଗୀତ - ଝୁଲୁ ହାତୀ 





ଝୁଲୁ ହାତୀ, ଝୁଲୁ ହାତୀ
ଝୁଲିଲେ ଖାଇବୁ ଖଣ୍ଡ ଛାଚି ।

ହାତୀ ଝୁଲୁରେ 
ବାଆ ପାଣି ଖାଇ ଫୁଲୁରେ ।

ହାତୀ ଯାଇଥିଲା ନଅର 
ହାତୀ ମୁଣ୍ଡରେ ମୋ ସୁନାଚଅଁର ।

ମୋର ହାତୀ ଧାଇଁଥାଏ ଲସରପସର
କିଆକନ୍ଦା ଖାଇବାକୁ,
ମୋର କହ୍ନେଇ ଧାଇଁଥେ ଲସରପସର 
ବୋଉ ଦଦ ଖାଇବାକୁ

 ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।

No comments:

Post a Comment