ପିଲାଙ୍କ ଗୀତ - ବର୍ଣ୍ଣଶିକ୍ଷା ଚଉତିଶାର କିୟଦଂଶ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କ, କ କାଳିନ୍ଦୀ ତୀରେ,
ଖ, ଖ ଖେଳନ୍ତି ଧୀରେ ।
ଛ, ଛ ଛଇଳ କାହ୍ନୁ
ଜ, ଜ ଜଗଜୀବନୁ
ଡ, ଡ ଡମିଆ ମେରୁ,
ଢ, ଢ ଢାଙ୍କଇ ଭୂରୁ ।
ବ, ବ ବାଙ୍କ ଚାହାଣୀ,
ଭ, ଭ ଭାଙ୍ଗଇ ଟାଣି ।
ର.ର ରସିକ ବନ୍ଧୁ,
ଲ, ଲ, ଲାବଣ୍ୟ ସିନ୍ଧୁ ।
ବ, ବ ବଂଶୀଧାରିଆ,
ଶ, ଶ ଶ୍ୟାମଘନିଆ ।
ଷ, ଷ ସାରଙ୍ଗପାଣି,
ସ, ସ ସୁନ୍ଦରମଣି ।
ହ, ହ, ହରିଦାସିଆ,
କ୍ଷ, କ୍ଷ କ୍ଷମାକାରିଆ ।
ମୂଳ ରଚନା 'ଶ୍ୟାମସୁନ୍ଦର ରାଜଗୁରୁ ପ୍ରବନ୍ଧାବଳୀ' ରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।
No comments:
Post a Comment