Friday, December 11, 2015

ପିଲାଙ୍କ ଗୀତ - ଖରା ମା


କବି - ଚକ୍ରଧର ମହାପାତ୍ର (୧୮୯୫ - ୧୯୬୬)



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ଖରା ମା ଖରେଇ ଦେ,
ଚନ୍ଦନକାଠି ଘୂରେଇ ଦେ ।

ଝଡ଼ି ବରଷା କଟେଇ ଦେ,
ବାଆ ବାଦଲ ହଟେଇ ଦେ ।

ଖରାକୁ ଚାଣ୍ଡେ ଦେଖେଇ ଦେ,
ଧାନ ଚାଉଳ ଶୁଖେଇ ଦେ ।

ଗଛ ପତର ଝଳେଇ ଦେ,
ଦାଣ୍ଡରେ ମୋତେ ଖେଳେଇ ଦେ ।

* * * * * 

ମୂଳ ରଚନା ଶ୍ରୀ ଚକ୍ରଧର ମହାପାତ୍ରଙ୍କର ବହି 'ପେଁକାଳି'ରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।

No comments:

Post a Comment