ଡଗର ପତ୍ରିକାରୁ ଓଡିଶା ସମାଚାର - ୨
୧୯୩୬ ମସିହା : ୧୩୪୪ ସାଲ, ଜ୍ୟେଷ୍ଠ ଶେଷାର୍ଦ୍ଧ
![]() |
ଶ୍ରୀ କୃଶ୍ଣମେନନ୍ ଙ୍କ ସହ ଶ୍ରୀ ହରେକୃଷ୍ଣ ମହତାବ ଫଟୋ କ୍ରେଡ଼ିଟ୍ - ଫଟୋ ଡିଭିଜନ୍, ଭାରତ ସରକାର |
ଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷାର ଆମୂଳ ପରିବର୍ତ୍ତନ ସଂକଳ୍ପରେ ଅଛନ୍ତି ।
ଉତ୍କଳରେ କିପରି ବହୁଳ ଭାବରେ ହିନ୍ଦି ପ୍ରଚାରିତ ହେବ, ତାହା ବିଚାର କରିବା ପାଇଁ କଟକରେ ଏକ ବିରାଟ ସଭା ବସିଥିଲା ।
ଦେଶରେ ଚାରିଆଡ଼େ କୃଷକସଭା ଚାଲିଛି । ପ୍ରତ୍ୟେକ ସଭାରେ ସଭାପତି ସାଧାରଣତଃ ଅକୃଷକ ମାନେହିଁ ହେଉଥିବାର ଦେଖାଯାଏ ।
ଖୋର୍ଦ୍ଦା ଅଞ୍ଚଳରେ ଭୀଷଣ ଘରପୋଡ଼ି ହେବା ଫଳରେ ଲୋକେ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି ।
କଂଗ୍ରେସ ସଭାପତି ଶ୍ରୀ ହରେକୃଷ୍ଣ ମହତାବ୍ ଉତ୍କଳରେ କଂଗ୍ରସ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଦଶହଜାର ଟଙ୍କାର ଗୋଟିଏ ପାଣ୍ଠି ସଂଗ୍ରହ କରୁଛନ୍ତି ।
No comments:
Post a Comment