Sunday, September 11, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧୫



କଳାକାର - ବ୍ରାୟାନ୍ ପାଇକ୍
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ସର୍ବଭୂତେ ଦେଖେ ଯେହୁ ଆତ୍ମା ନିତ୍ୟ ଏକ
ସେହି ନଚିକେତ, ମୁନି ଜ୍ଞାନୀ ସୁବିବେକ ।

ଶୁଦ୍ଧୋଦକେ ମିଶିଗଲେ ଯଥା ଶୁଦ୍ଧୋଦକ 
ହୁଏ ଏକ ରୂପ ଆଉ ନ ରହେ ପୃଥକ ।

ଏକୀଭୂତ ହୁଏ ତଥା ବ୍ରହ୍ମେ ସେହି ଜନ
ସର୍ବତ୍ର ଦେଖେ ଯେ ଏକ ଆତ୍ମା-ସନାତନ । (ନ.ଉ. ୨।୧।୨୮)

No comments:

Post a Comment