Sunday, September 04, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୯


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ପ୍ରାଣୁ ସୂର୍ଯ୍ୟ ପ୍ରତିଦିନ ହୁଅନ୍ତି ଉଦିତ 
ପ୍ରାଣେ ପୁଣି ପ୍ରତିଦିନ ଯା'ନ୍ତି ଅସ୍ତମିତ ।

ଦିବା ନିଶି ସମଦୃଷ୍ଟି ପ୍ରଳୟ ବିଧାନ
ପ୍ରାଣୁଁ ସୂର୍ଯ୍ୟ ସୃଷ୍ଟ ପୁଣି ପ୍ରାଣେ ତିରୋଧାନ ।

ଇନ୍ଦ୍ର ଅଗ୍ନି ବରୁଣାଦି ଦେବତା-ଜଗତେ 
ପ୍ରକାଶ ଇନ୍ଦ୍ରିୟ ଯେତେ ପ୍ରାଣୀ ଦେହଗତେ ।

ବର୍ତ୍ତି ରହିଛନ୍ତି ସର୍ବେ ପ୍ରାଣେ ଆଶ୍ରା କରି
ତୁମ୍ବ ଅବଲମ୍ବ ଯଥା ଚକ୍ରେ ଅରାବଳି ।

ପ୍ରାଣସର୍ବବ୍ୟାପୀ ବ୍ରହ୍ମ ସକଳ ଆଶ୍ରୟ 
ଯହିଁ ସର୍ବ ବିଶ୍ୱ ସୃଷ୍ଟି ସଂସ୍ଥିତି ପ୍ରଳୟ ।

ପ୍ରାଣେ ବଳି ହୋଇପାରେ କିଏ ଅତିଗାମୀ
ସେ ଯେ ସର୍ବାତ୍ମକ ବ୍ରହ୍ମ ସର୍ବ ଅନ୍ତର୍ଯ୍ୟାମୀ ।

ବ୍ରହ୍ମରୁ ସ୍ଥାବର ଯାଏ ସର୍ବତ୍ର ସମାନ 
ଏକ ଅଦ୍ୱିତୀୟ ଆତ୍ମା ସର୍ବଭୂତ ପ୍ରାଣ ।

ଯେ ଆତ୍ମା ଚୈତନ୍ୟ ରୂପ ହୃଦେ ପ୍ରତିଫଳେ 
ଚନ୍ଦ୍ରବିମ୍ବ ଝଳେ ଯଥା ସରୋବର ଜଳେ ।

ଇଶ୍ୱର-ଚୈତନ୍ୟ ତହୁଁ ନୁହଇ ସେ ଭିନ୍ନ 
ମାୟାବଶେ ଦିଶେ ଜୀବ କେବଳ ବିଚ୍ଛିନ୍ନ ।

ଜୀବ କାର୍ଯ୍ୟ, ପରମାତ୍ମା ଚୈତନ୍ୟ କାରଣ 
ନାହିଁ ସେ ଉଭୟେ ଭେଦ ନାହିଁ ତହିଁ ଅନ୍ୟ । (ନ.ଉ. ୨।୧। ୨୬-୨୭)  

No comments:

Post a Comment