ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଭବିଷ୍ୟତ - ୬
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
![]() |
ବୈଦ୍ୟୁତିକ ମତଦାନ ଯନ୍ତ୍ର ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ଓଡ଼ିଶାର
ଅଳ୍ପ ଲୋକ ଜାଣନ୍ତି,
ଓଡ଼ିଶା
ସରକାର ନୂଆ ଚାକିରି ସୃଷ୍ଟି
ନକରିବା ପାଇଁ ଓ ଅନେକ ପୁରୁଣା
ଚାକିରି ଉଠାଇ ଦେବାପାଇଁ ଚୁକ୍ତିବଦ୍ଧ
ହୋଇଛନ୍ତି । ଗତ ଫେବୃୟାରୀ ମାସରେ
ଗୋଟିଏ ବ୍ରିଟିଶ୍ ସଂସ୍ଥା ସେମାନଙ୍କୁ
ଯେଉଁସବୁ ନିର୍ଦ୍ଦେଶ ଦେଇଛନ୍ତି
ସେଗୁଡ଼ିକ ଏହି ଚୁକ୍ତିରେ ଲିପିବଦ୍ଧ
ଅଛି । ଅର୍ଥାଭାବରେ ଚାରିଆଡ଼େ
ବିକାଶର କାର୍ଯ୍ୟ ବନ୍ଦ ହେଉଛି । ବେକାରୀ ଓ ଦରିଦ୍ରମାନଙ୍କ ପାଇଁ ଯେଉଁ
ରିହାତି ଯୋଜନା
ଥିଲା ସେ ସବୁ ଉଠି ଯାଉଛି । ଅସୁରକ୍ଷାର
ଏହି ବାୟୁମଣ୍ଡଳରେ ଅପରାଧ ଓ ହିଂସା
ଆଉ କେବଳ ଅପରାଧ ହୋଇ ନାହିଁ ।
ତାହା ଆତଙ୍କରାଜରେ ପରିଣତ ହୋଇଛି ।
ଗୋଟିକ ପରେ ଗୋଟିଏ ରାଜ୍ୟ ଆତଙ୍କରାଜର
କବଳକୁ ଆସୁଛନ୍ତି । କାଶ୍ମୀର୍,
ନାଗାଲାଣ୍ଡ୍,
ଅଲ୍ଫାରୁ
ଆରମ୍ଭ କରି ଆଭ୍ୟନ୍ତରୀଣ ଭାରତରେ
ମଧ୍ୟ କ୍ଷେତ୍ର ପ୍ରସ୍ତୁତ ହେଲାଣି ।
ବିହାରରେ ଅପରାଧୀମାନେ ବିଧାୟକ ଓ ମନ୍ତ୍ରୀ ହେଉଛନ୍ତି । ବିହାରର
ସିୱା୍ନ ଜିଲ୍ଲାରେ ଡକେଇତ ସର୍ଦ୍ଦାର
ଶାହବୁଦ୍ଦିନ୍ ଙ୍କର ସମାନ୍ତରାଳ
ସରକାର ଚାଲିଛି । ତାଙ୍କର
ହୁକୁମ୍ କଲେକ୍ଟର ମାନୁଛନ୍ତି ।
ସତରଟି ହତ୍ୟା ମକଦ୍ଦମା ତାଙ୍କ
ବିରୁଦ୍ଧରେ ଚାଲୁଥିଲେ ମଧ୍ୟ ସେ
ଜେଲ୍ରେରେ ନାହାନ୍ତି । ସେ ଲାଲୁ
ପ୍ରସାଦଙ୍କର ଦଳର ସାଂସଦ ହୋଇଛନ୍ତି ।
ହଜାରିବାଗ୍ ଓ ଫାଲ୍ଗୁ ଜିଲ୍ଲାର
ଅନେକ ନିର୍ବାଚନ ମଣ୍ଡଳୀରେ
ଏମ.ସି.ସି.ର
ଅନୁମତି ନନେଇ ଭୋଟ ଦେବା ଲୋକଙ୍କର
ଆଙ୍ଗୁଳି କାଟି ଦିଆହେଉଛି । ବୀରପ୍ପନ୍ ସାତ ଶହ ହାତୀଙ୍କୁ ମାରି ହାତୀଦାନ୍ତର ଅବୈଧ ବାଣିଜ୍ୟ
କରିଚାଲିଛନ୍ତି । ରାଜନୀତିର
ଦୁର୍ବଳ ଅବସ୍ଥା ଦେଖି,
ସେ
ତାଙ୍କ ହୁକୁମ୍ ରେ ରାଜନୈତିକ
ସମସ୍ୟାମାନଙ୍କର ସମାଧାନ କରାଉଛନ୍ତି ।
ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ
ତାଙ୍କ ଉପରେ ଥିବା ମକଦ୍ଦମା ଉଠାଇ
ନେବାକୁ ରାଜି ହୋଇଗଲେଣି ।
ଏସବୁର
ଉଦାହରଣ ଦେଖି ଦେଶର ସବୁ ରାଜ୍ୟ
ଓ ଜିଲ୍ଲାମାନଙ୍କରେ ହିଂସ୍ରକ
ଗୋଷ୍ଠୀମାନେ ରାଜନୈତିକ ହୋଇଯିବେ ।
ସେହି ଅଞ୍ଚଳରେ ରାଜନୈତିକ ଦଳ ଓ ଶାସନ କାର୍ଯ୍ୟ କରିପାରିବେ ନାହିଁ । ସେଇମାନେ
ହିଁ କରିବେ । ରାଜନୈତିକ ଫାସିବାଦ
ଆସିବ କି ନାହିଁ ଆମେ କହିପାରୁ
ନାହୁଁ । ଔପନିବେଶିକ ପୁଞ୍ଜିବାଦ ଓ ଜଗତିକରଣ ମିଶି ଆଜି ସାରା
ପୃଥିବୀର,
ସବୁ
ମହାଦେଶର,
ଗଣତାନ୍ତ୍ରିକ
ତଥା ଅଗଣତାନ୍ତ୍ରିକ ଦେଶମାନଙ୍କରେ
ଏହି ସାମାଜିକ ଫାସିବାଦ ଉପୁଜାଉଛନ୍ତି ।
ଅଧିକାଂଶ ଗୃହଯୁଦ୍ଧ ଏଥିରୁ
ଉପୁଜିଛି । ଆଫ୍ରିକୀୟ ଦେଶମାନଙ୍କର
ଗୃହଯୁଦ୍ଧ ଓ ପଡ଼ୋଶୀ-ପଡ଼ୋଶୀ
ଯୁଦ୍ଧ ପଛରେ ରହିଛି କେଉଁଠି ହୀରାର
ଖଣି,
କେଉଁଠି
ହାତୀ ଦାନ୍ତ,
ଆଉ
କେଉଁଠି ପେଟ୍ରୋଲିୟମ୍ ର ଭଣ୍ଡାର ଓ ତାହା ଉପରେ ଲୋଲୁପ ଦୃଷ୍ଟି
ପକାଉଥିବା ବହୁରାଷ୍ଟ୍ରୀୟ
କମ୍ପାନୀ । ନିଜ ଦେଶରେ ସଭ୍ୟ
ଗଣତାନ୍ତ୍ରିକ ବୋଲାଉଥିବା ଏହି
ଦେଶମାନେ ହେଉଛନ୍ତି ଆଜିର
ଆନ୍ତର୍ଜାତିକ ଫାସିବାଦୀ ଶକ୍ତି ।
ଆଧୁନିକ
ଗଣତନ୍ତ୍ରର ଏହି ଚାରିତ୍ରିକ ଦୋଷ
ମୂଳରୁ ରହିଛି । ବ୍ରିଟେନ୍ ର
ପାର୍ଲିଆମେଣ୍ଟ୍ କୁ ଗଣତନ୍ତ୍ରର ଜନନୀ
ବୋଲି କୁହାଯାଏ । ୧୯୪୭ ମସିହାର ପୂର୍ବରୁ
ଭାରତ ସେହି ବ୍ରିଟିଶ୍ ରାଜ୍ୟର
ଅନ୍ତର୍ଗତ ଥିଲା । ସେ ରାଜ୍ୟ ଏତେ
ବଡ଼ ଥିଲା ଯେ ତାକୁ ସାମ୍ରାଜ୍ୟ
ବୋଲି କୁହାଯାଉଥିଲା । କିନ୍ତୁ
ତାହାର ଗଣତନ୍ତ୍ର ସାମ୍ରାଜ୍ୟବ୍ୟାପୀ
ନଥିଲା । ତାହାର ଏକ ଶତାଂଶ ଅଞ୍ଚଳରେ,
ଯେଉଁଠି
ଗୋରାମାନେ ରହୁଥିଲେ କେବଳ ସେଇଠି
ଥିଲା ଗଣତନ୍ତ୍ର । ତାହା ହେଲେ ଏକ
ଅପ୍ରୀତିକର ଉପସଂହାରରେ ପହଞ୍ଚିବାକୁ
ହେବ । ଆଧୁନିକ ପାଶ୍ଚାତ୍ୟ ଗଣତନ୍ତ୍ର
ବିଶେଷାଧିକାରଯୁକ୍ତ ଗୋଷ୍ଠୀମାନଙ୍କ
ପାଇଁ ଉଦ୍ଦିଷ୍ଟ । ଯେଉଁଠି ସମୃଦ୍ଧି
ବହୁତ ଓ ଆର୍ଥିକ ସ୍ଥିରତା ସାଙ୍ଗରେ
ସାଧାରଣ ନାଗରିକର ଆର୍ଥିକ ସୁରକ୍ଷାର
ଗ୍ୟାରେିଣ୍ଟି ରହୁଛି,
ଗଣତାନ୍ତ୍ରିକ
ଅଧିକାରଗୁଡ଼ିକ ସେଇଠି ଚଳିପାରୁଛି ।
ଅତି ସମୃଦ୍ଧିର ଏହି ଢାାଞ୍ଚାରେ ଯେଉଁ
ଗଣତନ୍ତ୍ର କଳ୍ପିତ ହୋଇଛି,
ନିର୍ଧନ
ଦେଶମାନଙ୍କରେ ତାହା ସ୍ଥାୟୀ ହୋଇ
ରହିବ କିପରି ?
ବିକାଶଶୀଳ
ଦେଶଗୁଡ଼ିକର ଗଣତନ୍ତ୍ରରେ ଯେଉଁମାନେ
ବିଧାୟକ ମନ୍ତ୍ରୀ ଆଦି ହୋଇ ଶାସକ
ହେଉଛନ୍ତି,
ସେମାନଙ୍କର
ଉତ୍ପତ୍ତି ଦେଶର ଗରିବ ମଧ୍ୟବିତ୍ତ ପରିବାରମାନଙ୍କରେ । ଥରେ ମନ୍ତ୍ରୀ
ବିଧାୟକ ହେବାପରେ ସେମାନେ ଯେଉଁ
ସୁଖସୁବିଧାର ଅଧିକାରୀ ହେଉଛନ୍ତି,
ସେଥିରୁ
ବଞ୍ଚିତ
ହେଲେ, ସେମାନଙ୍କର ପରିବାରଗୁଡ଼ିକ
ଆର୍ଥିକ ଅସୁରକ୍ଷାର ସମୁଦ୍ରରେ
ଭାସିଯିବେ । ତେଣୁ ସମୃଦ୍ଧ ଦେଶମାନଙ୍କର ତୁଳନାରେ ଏହି ଦେଶମାନଙ୍କର
ଜନପ୍ରତିନିଧିମାନେ ନିଜ ପାଇଁ
ଅଧିକରୁ ଅଧିକ ବିଶେଷାଧିକାର
ସୃଷ୍ଟି କରନ୍ତି । ବିଧାୟକ ହେବାପରେ
ମଧ୍ୟ ଏକ ନିର୍ଦ୍ଦିଷ୍ଟ ଆୟ,
ବାସଗୃହ,
ରେଳଯାତ୍ରା
ଇତ୍ୟାଦିର ସୁବିଧା କରିନିଅନ୍ତି ।
ପୂର୍ବର ବିଶେଷାଧିକାରମାନଙ୍କୁ
ସଂଶୋଧନ କରି ଆହୁରି ବେଶୀ କରିନିଅନ୍ତି।
ଏଥିରେ ଦଳମତ ନିର୍ବିଶେଷରେ ଏକାଠି
ହୋଇଯାଆନ୍ତି। ସେମାନଙ୍କର ଏକ
ଅଲଗା ସୁବିଧାପ୍ରାପ୍ତ ଗୋଷ୍ଠୀ
ତିଆରି ହୋଇଯାଏ ।
ଶାସକ ହେବାର
ଭାଗ୍ୟ କେତେକ ବଂଶ ଓ ପରିବାର
ମଧ୍ୟରେ ସୀମିତ ହୋଇଯାଏ । ନେହେରୁ
ବଂଶରୁ ଲାଲୁ ବଂଶ ଓ ବିଜୁ ବଂଶ
ପର୍ଯ୍ୟନ୍ତ । ଏହି କ୍ଲବ୍ ଭିତରେ
ଦୁର୍ନୀତିର ଘଟଣା ହେଲେ ଜଣେ
ଅନ୍ୟକୁ ସାହା ହୁଅନ୍ତି ଓ ଘଟଣାଟିକୁ ଲୁଚାଇ ଦିଅନ୍ତି ।
ପୁଣି ଥରେ ଶାସକ ଗାଦିକୁ ଫେରି
ଆସିବା ପାଇଁ ସେମାନେ ହିଂସା,
ଅପରାଧ,
ଲୁଟ୍
ସବୁକିଛି କରିପାରନ୍ତି । ଏଇଥିରେ
ସେମାନେ ଗୁଣ୍ଡାଦଳ ଓ ହିଂସ୍ରକ
ଶକ୍ତିମାନଙ୍କର ସାହାଯ୍ୟ ନିଅନ୍ତି ।
ତାହାର ଖର୍ଚ୍ଚ ଜୁଟାଇବା ନିମନ୍ତେ
ବହୁରାଷ୍ଟ୍ରୀୟ କମ୍ପାନୀମାନେ
ସେମାନଙ୍କୁ ସାହାଯ୍ୟ କରନ୍ତି ।
ସାଧାରଣ ସଚ୍ଚୋଟ ରାଜନୈତିକ କର୍ମୀ
ନିର୍ବାଚନରେ ଠିଆ ହୋଇପାରେ ନାହିଁ ।
ଗଣତନ୍ତ୍ର ଗୁଣ୍ଡାମାନଙ୍କ ହାତରେ
ବନ୍ଦୀ ହୁଏ,
ଧନଶକ୍ତିମାନଙ୍କର
ଖେଳନା ହୁଏ ।
No comments:
Post a Comment