ବାଲେଶ୍ୱରର ନାଉରିଆ ଗୀତ
![]() |
ବାବାରନାମାରେ ବାବରଙ୍କର ସୋଣ ନଦୀ ଅତିକ୍ରମଣର ଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ନଈ ଯେ ନଈ ମୋର ମା' ଠାକୁରାଣୀ
ଆଖି ତ ପାଉନାହିଁ ଭଅଁର କଳା ପାଣି ।
ଉଠାଇ ଆସୁଛି ମେଘ ମାରୁଛି ବିଜୁଳି
ହୁଲି ଡଙ୍ଗା ଗୋଟିକ ମୋ' ବଡ଼ ଖରଖରି ।
ବଳ ତ ପାଉନାହିଁ ମା' ଗୋ ଦିଶୁନାହିଁ ବାଟ
ପଣା ଦେବି ଲୋ ଜାଗୁଳାଇ ଲଗାଇଦେଲେ ଘାଟ ।
ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।
No comments:
Post a Comment