Friday, September 02, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୬


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 

ଏହି ସେହି ଆତ୍ମତତ୍ତ୍ୱ ଦେବେ ଅଗୋଚର
ବୁଝି ନଚିକେତ, ଏହା ଦୃଢ଼େ ହୃଦେ ଧର ।

ଏ ବିଚିତ୍ର ସୃଷ୍ଟି ଯେବେ ନ ଥିଲା ପ୍ରକାଶ 
ଥିଲା ନାହିଁ ଜଳ ସ୍ଥଳ ପବନ ଆକାଶ ।

ଯୋଗମଗ୍ନ ଯେବେ ଏକା ବ୍ରହ୍ମ ଜ୍ଞାନମୟ 
ତପସ୍ୟାର୍ହୁ ହେଲା ଯା'ର ପ୍ରଥମେ ଉଦୟ ।

ହିରଣ୍ୟଗର୍ଭ ସେ ଆଦ୍ୟ ସ୍ୱୟମ୍ଭୁସମ୍ଭୁତ 
ଯା'ର ପରେ ସୃଷ୍ଟ ହୁଏ ପଞ୍ଚ ମହାଭୂତ ।

ହିରଣ୍ୟଗର୍ଭାଖ୍ୟ ସେହି ପୁରୁଷ ପ୍ରଧାନ 
ସର୍ବ ପ୍ରାଣୀ ହୃଦେ ପଶି କଲେ ଅଧିଷ୍ଠାନ ।

ଲଭି ପଞ୍ଚଭୂତମୟ ଦେହାଦି ସଞ୍ଜୋଗ 
କରନ୍ତି ସେ ଶବ୍ଦ ଆଦି ବିଷୟ ସମ୍ଭୋଗ ।

ଦେଖେ ଯେହୁ ଏ ପୁରୁଷେ ନିତ୍ୟ ହୃଦାକାଶେ 
ତା' ନେତ୍ରେ ପରମବ୍ରହ୍ମ ସର୍ବତ୍ର ଉଦ୍ଭାସେ । (ନ.ଉ. ୨।୧।୨୫)

No comments:

Post a Comment