ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧
![]() |
ଶେଷାବତାର ପାତଞ୍ଜଳି ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
କି ବିଚିତ୍ର ପୁର ଏହି ନର କଳେବର
ପ୍ରାସାଦ ପ୍ରାକାର ଦୂରେ ସଜ୍ଜିତ ସୁନ୍ଦର ।
ସଞ୍ଜୋଯିତ ଯଥା ସ୍ଥାନେ ଏକାଦଶ ଦ୍ୱାର
ଘେରି ରହିଅଛି ପୁଣି ସପତ ପ୍ରକାର
ଯଥା ସ୍ଥାନେ ସୁଶୋଭିତ ଗଭୀର ପରିଖା
ମଣିପୁର ଆଦି ନାମେ କେତେ ଅଟ୍ଟାଳିକା ।
କେତେ କନ୍ଦି, କେତେ ଯନ୍ତ୍ର, କେତେ ଗୁପ୍ତ ସ୍ଥାନ
ତରୁ ଲତା ଆଚ୍ଛାଦିତ ସୁଚାରୁ ଉଦ୍ୟାନ ।
ରହିଛନ୍ତି ପ୍ରତି ଦ୍ୱାରେ ସୁଚତୁର ଦ୍ୱାରୀ
ଜାଣ କି କିଏ ଏ ଦେହ ଅଧିକାରୀ ?
ସେ ଚୈତନ୍ୟମୟ ଆତ୍ମା ଏଥି ଅଧିପତି
ନାହିଁ ଯା'ର କ୍ଷୟ ବୃଦ୍ଧି ବିନାଶ ଉତ୍ପତ୍ତି ।
ଦେହ ଅଭ୍ୟନ୍ତରେ ଯା'ର ହେଲେ ହେଁ ନିବାସ
ଆଦିତ୍ୟ ପରାଏ ନିତ୍ୟ ପ୍ରତ୍ୟକ୍ଷ ପ୍ରକାଶ ।
ସର୍ବଭୂତେ ଏକ ଆତ୍ମା ଦୃଢ଼ ମନେ ଧରି
ବ୍ରହ୍ମଧ୍ୟାନ କରେ ଯେହୁ ମୋହ ପରିହରି ।
ଏ ଜୀବନେ ମୁକ୍ତ, ସେହୁ ପଡ଼େ ନାହିଁ ଶୋକେ,
ଅକ୍ଷୟ କୈବଲ୍ୟ ଭୁଞ୍ଜେ ଗଲେ ପରଲୋକେ ।
ଭାବେ କଦାଚିତେ ଆଉ ନ ଲଭେ ଉତ୍ପତ୍ତି
ପରମବ୍ରହ୍ମରେ ମିଳେ, ପାଏ ମୋକ୍ଷ ଗତି ।
ନର ଦେହ ନୁହେଁ ଏକା ଆତ୍ମାର ନିବାସ,
ସର୍ବତ୍ର ସମାନ ଆତ୍ମା ବିଶ୍ୱେ ପରକାଶ । (ନ.ଉ. ୨।୨। ୨୮-୨୯)
No comments:
Post a Comment