Saturday, September 10, 2016

କେନ୍ଦ୍ରପଡ଼ାର ହଳିଆ ଗୀତ - 'ହଡ଼ା ତ ବଳଦକୁ ଅସନ ଛାଟିଆ'


ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶଙ୍କର  'ଲୋକବାଣୀ ସଞ୍ଚୟନ' 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ହଡ଼ା ତ ବଳଦକୁ ଅସନ ଛାଟିଆ 
ଗୋରୀ ତ ମାଇପକୁ ଯ।ଉଁଳି ମାଠିଆ
ମୁଣ୍ଡର ମାଠିଆ ଲୋ ଏଣିକି ତେଣିକି
କାଖର ମାଠିଆ ଲୋ ଯାଉଚି ପାଣିକି 

ଫୁଲ ତ ଗହଳରେ ନ ବୁଡ଼ଇ ମାଠିଆ 
ସୋଲ ଗହଳରେ ନାଗିଲା ଗୋଡ଼ର ଝୁଣ୍ଟିଆ 
ପତ୍ର ତ ଗହଳରେ ନ ପଡ଼ଇ ଦୃଷ୍ଟି
ଫଳ ତ ଗହଳରେ ନ ଗଳଇ ଛୁଞ୍ଚି ହୋ ।

ହରିର ଅର୍ଜୁନର ଯେ ଲାଗିଲା ବିବାଦୀ 
ଶରର ସାଗର ବନ୍ଧ ଯେ ବାନ୍ଧିଲେ ବାଳାନିଧି 
ତୁରେ ଅରଜୁନ ମାଉସୀପୁଅ ଭାଇ
ତୋ ବନ୍ଧ ଉପରେ ଯେ ଚାଲିଯିବି ମୁହିଁ ।

ଦଶଦ୍ୱୀପ ମାଡ଼ି ହନୁ ଚାଲଇ ଦମକାଇ 
ଭରା ନ ସହିଲୁରେ ଭାଇରେ ଅର୍ଜୁନ 
ଅର୍ଜୁନ ରୁଧିର ଗଲା ବହି ।

ଅବିନ୍ଧା ଶର ଥିଲା, ରୁଧିର ନୁହେଁ ଭାଇ 
ନାଗି ଲୁଣି ପାଣିକି ମର୍କଟ 
ମର୍କଟ ହେଙ୍ଗୁଳା ଗଲା ବହି ଗୋ । 

No comments:

Post a Comment