ପାଲି ଧମ୍ମପଦ (୪୬-୪୭) ର ଓଡ଼ିଆ ପଦ୍ୟାନୁବାଦ
୩ ଓ ୪ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ଫେଣୂପମଂ କାୟମିମଂ ବିଦିତ୍ୱା ମରୀଚିଧମ୍ମଂ ଅଭିସମ୍ବୁଧାନୋ ।
ଛେତ୍ୱାନ ମାରସ୍ସ ପପୁପ୍ଫକାନି ଅଦସ୍ସନଂ ମଚ୍ଚୁରାଜସ୍ସ ଗଚ୍ଛେ । ୩।
ଏହି ଶରୀରକୁ ଫେନ ସମ ଜ୍ଞାନ କରି
ମରୀଚିକା ପ୍ରକୃତି ଏହାର ବୁଝିପାରି
ଯେଉଁ ବ୍ୟକ୍ତି ପୁଷ୍ପଯୁକ୍ତ ମାରର ଯେ ଶରେ
ଛେଦନ କରଇ ତାହାକୁ ଅଗ୍ରଭାଗରେ
ମୃତ୍ୟୁରାଜାର ଅଦର୍ଶନ ହୁଏ ତାହାରେ ।୩।
ପୁପ୍ଫାନି ହେବ ପଚିନନ୍ତଂ ବ୍ୟାସତ୍ତମନସଂ ନରଂ ।
ସୁତ୍ତଂ ଗାମଂ ମହୋଘୋ'ବ ମଚ୍ଚୁ ଆଦାୟ ଗଚ୍ଛତି ।୪।
ରାଗାଦି ପୁଷ୍ପମାନଙ୍କୁ ତୋଳୁଥିବା ନର
ବିଶେଷ ଭାବେ ଆସକ୍ତ ମନ ଅଟେ ଯା'ର ।
ମହାଜଳଧାରା ଶୋଇଲା ଗାଁ ନେଲା ପରି
ମୃତ୍ୟୁ ତାକୁ ସେହିପରି ନେଇଯାଏ ଧରି ।୪।
No comments:
Post a Comment