Friday, September 09, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧୪


ତିବ୍ବତୀୟ ଯମ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ପର୍ବତ ଦୁର୍ଗମ ଶିଖେ ବରଷିଲେ ବାରି
ନାନା ଧାରେ ବହେ ସ୍ରୋତ ନାନା ଦିଗଚାରୀ ।

ଗିରିପଦେ ନିମ୍ନଦେଶେ ଧାଏଁ ଛିନ୍ନ ଭିନ୍ନ 
ନାଶଯାଏ ଅବଶେଷେ ହୁଏ ନାହିଁ ଲୀନ ,

ତେସନ ଅସଂଖ୍ୟ ଦେହେ ନାନା ଅଭିମୁଖେ 
ଭ୍ରମଇ ସେ ନର ଚିର ଜନ୍ମ-ମୃତ୍ୟୁ-ଦୁଃଖେ ।

ଦେଖେ ଯେ ବିଭିନ୍ନ ଦେହେ ବ୍ରହ୍ମ ଭେଦାଭେଦ 
ଲଭେ ନାନା ଯୋନି, ସହେ ଅସରନ୍ତି ଖେଦ । (ନ.ଉ. ୨।୧।୨୮) 

No comments:

Post a Comment