Sunday, September 04, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧୧


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ଗୁରୁ ଉପଦେଶେ ଶାସ୍ତ୍ରବିହିତ ବିଧାନେ 
ମାନସ ସଞ୍ଜତ ଶୁଦ୍ଧ କରି ଏକଧ୍ୟାନେ ।

ବ୍ରହ୍ମଜ୍ଞାନ ଲାଭେ ସୁଧୀ ହୁଅନ୍ତି ସକ୍ଷମ 
ତିରୋହିତ ହୁଏ ତେବେ ହୃଦୁଁ ଭେଦ ଭ୍ରମ ।

ଅପସୃତ ହେଲେ ଘୋର ଅଜ୍ଞାନ-ଅନ୍ଧାର
ସର୍ବତ୍ର ପ୍ରକାଶେ ବ୍ରହ୍ମ ଅଖଣ୍ଡ ଆକାର ।

ଅଜ୍ଞାନ ପ୍ରଭାବେ ଭେଦ ଦେଖେ ଯେଉଁ ଜନ
ମରଣାନ୍ତେ ବାରବାର ଭେଟେ ସେ ମରଣ । (ନ.ଉ. ୨।୧। ୨୭)

No comments:

Post a Comment