ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ପ୍ରଥମ ବଲ୍ଲୀ : ଶ୍ଲୋକ ୮
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ଗର୍ଭବତୀ ନାରୀ ଯଥା ସୁପକ୍ୱ ଭୋଜନେ
ଗର୍ଭସ୍ଥ ତନୟ ପାଳେ ନିତି ସୁଯତନେ ।
ଗର୍ଭସ୍ଥ ତନୟ ପାଳେ ନିତି ସୁଯତନେ ।
ନାନା ହବନୀୟ ଦ୍ରବ୍ୟ ଆହୁତି ପ୍ରଦାନେ
ସଦାଚାର ଶୁଚିମନ୍ତ ହୋଇ ସାବଧାନେ ।
ପୋଷନ୍ତି ଯାଜ୍ଞିକେ ତଥା ଯଜ୍ଞେ ହୁତାଶନ
ଅରଣି ଉଦରୁ କରି ମନ୍ତ୍ର ଆବାହନ ।
ସାଧୁ ଜ୍ଞାନୀ ଜନେ ପୁଣି ସଦା ଏକ ଲୟେ
ବିରାଟ ପୁରୁଷେ ତଥା ପୂଜନ୍ତି ହୃଦୟେ ।
କରନ୍ତି ଏ ରୂପେ ଯାର ଅର୍ଚ୍ଚନା ସନ୍ତତ
କର୍ମୀ ଜ୍ଞାନୀଗଣେ ବ୍ରତ ଧ୍ୟାନ ସୁଞ୍ଜତ ।
ଅନ୍ତରେ ଅଧ୍ୱରେ ଯାର ନିତ୍ୟ ଅଧିଷ୍ଠାନ
ଜାତବେଦ ଆତ୍ମା ସେହି ନଚିକେତ ଜାଣ । (ନ.ଉ. ୨।୧।୨୬-୨୭)
No comments:
Post a Comment